ସାବଧାନ, ରାସ୍ତା କଡ଼ରୁ ଚଷମା କିଣି ପିନ୍ଧୁଛନ୍ତି କି, ନଷ୍ଟ ହୋଇଯିବ ଆପଣଙ୍କ ଆଖି

ରାସ୍ତା କଡ଼ରୁ ଚଷମା କିଣି ପିନ୍ଧୁଛନ୍ତି କି? ଆପଣଙ୍କ ପିଲାଙ୍କୁ ଏହି କମ୍ ଦାମର ଚଷମା ପିନ୍ଧିବାକୁ ଦେଉଛନ୍ତି କି? ତାହାଲେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଚଷମା ଆପଣଙ୍କ ଆଖିକୁ ନଷ୍ଟ କରିଦେଇପାରେ।

ଭୁବନେଶ୍ୱର: ଆପଣ ରୋଡ଼ ସାଇଡରୁ କମ୍ ଦାମରେ ଚଷମା କିଣୁଛନ୍ତି କି? କିମ୍ୱା ଆପଣଙ୍କ ପିଲାମାନଙ୍କୁ ଏହି ରୋଡ ସାଇଡ୍ ଚଷମା ପିନ୍ଧିବାକୁ ଦେଉଛନ୍ତି କି ? ତାହାଲେ ଏବେଠାରୁ ହୋଇଯାଆନ୍ତୁ ସାବଧାନ। କାରଣ ଏହି ରୋଡ ସାଇଡ୍ ଚଷମା ପିନ୍ଧିବା ଦ୍ୱାରା ଆପଣଙ୍କୁ ଆଖି ଭଲ ରହିବା ବଦଳରେ ନଷ୍ଟ ହୋଇଯାଇପାରେ।

ଏକଥା ଆମେ କହୁନାହୁଁ ବରଂ ଏପରି କିଛି କହିଛନ୍ତି ଚକ୍ଷୁ ବିଶେଷଜ୍ଞମାନେ। ଯାହାର ସାଇଣ୍ଟିଫିକ୍ ରିଜନ୍ ରହିଛି। ଯେହେତୁ ବିଶେଷ କରି ଖରାରୁ ଆଖିକୁ ରକ୍ଷା କରିବା ପାଇଁ ପ୍ରାୟ ଲୋକ ଚଷମା ପିନ୍ଧିଥାନ୍ତି। ହେଲେ ଏହି ରୋଡ ସାଇଡ୍ ଚଷମା ଖରାରୁ ରକ୍ଷା ଦେବା ବଦଳରେ ଆପଣଙ୍କ ଆଖିକୁ ନଷ୍ଟ କରିଦେବ।

ରୋଡ ସାଇଡ଼୍ ଚଷମା: ତେବେ କାହାର ବା ଇଚ୍ଛା ନୁହଁ ଶସ୍ତାରେ ଜିନିଷ କିଣିବା ପାଇଁ। ସେଥିପାଇଁ ତ ଲୋକ ମଲ କିମ୍ୱା ବଡ ବଡ଼ ଦୋକାନକୁ ନ ଯାଇ ରାସ୍ତା କଡରୁ କମ୍ ଦାମରେ ଜିନିଷ କିଣିବାକୁ ବେଶ ପସନ୍ଦ କରନ୍ତି। କାରଣ ରୋଡ ସାଇଡର ଖୋଲା ଦୋକାନରେ ଆମେମାନେ ବାର୍ଗିନିଙ୍ଗ କରିପାରୁ।

ହେଲେ ବଡବଡ଼ ଦୋକାନରେ ତ ସେମିତି ସୁବିଧା ନଥାଏ। ତେଣୁ ରାସ୍ତା କଡ଼ ଦୋକାନରୁ ଜିନିଷ କିଣିବା ଲୋକଙ୍କ ସୋଉକ୍। ବିଶେଷ କରି ଏବେ ପ୍ରାୟତଃ ସବୁ ରାସ୍ତା କଡରେ ଚଷମା ବିକ୍ରି ହେଉଛି। ବଡ ବଡ଼ ଦୋକାନରେ ସମାନ ଡିଜାଇନର ଚଷମା ଯେତିକି ଦାମ, ରାସ୍ତା କଡ ଦୋକାନରେ ତାହାର ଅଧା ରେଟରେ ମିଳିଯାଏ।

କେତେ ସୁରକ୍ଷିତ: ହେଲେ ଆପଣ ଜାଣିଛନ୍ତି କି ଏହି ରାସ୍ତାକଡ଼ ଦୋକାନରେ ମିଳୁଥିବା ଚଷମା ଆପଣଙ୍କୁ ଆଖିକୁ କେତେ ପରିମାଣରେ ଖରାପ କରେ। ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ରାସ୍ତାପାର୍ଶ୍ୱ ଦୋକାନରେ ବିକ୍ରି ପାଇଁ ଉପଲବ୍ଧ ଶସ୍ତା ଚଷମା ଆଖି ପାଇଁ ଉପଯୁକ୍ତ ନୁହେଁ। ଏହାର ବ୍ୟବହାର ବିରୁଦ୍ଧରେ ଚକ୍ଷୁ ବିଶେଷଜ୍ଞମାନେ ସତର୍କ କରାଇ ଦେଉଛନ୍ତି।

ଏହି ଚଷମାଗୁଡ଼ିକ ଆପଣଙ୍କୁ ୟୁଭି ସୁରକ୍ଷା ପ୍ରଦାନ କରେ ନାହିଁ। କିନ୍ତୁ ଏହି ଚଷମା ମଧ୍ୟ ଦେଇ ୟୁଭି ଆପଣଙ୍କ ଆଖି ଉପରେ ପଡିବାରୁ, ଏହା ଆଖିକୁ ଅଧିକ କ୍ଷତି ପହଞ୍ଚାଇଥାଏ। ରାସ୍ତାକଡରେ ବିକ୍ରି ହେଉଥିବା ସନ୍‌ଗ୍ଲାସ ଆଖି ପାଇଁ ବହୁ ମାତ୍ରାରେ ଅସୁରକ୍ଷିତ ଅଟେ। ଏହାଦ୍ବାରା ଆଖି ଉପରେ ପ୍ରଭାବ ପଡିବା ସହିତ ଆଖି ମଧ୍ୟ ନଷ୍ଟ ହେବାରେ ଲାଗିଥାଏ।