fbpx

ଆକାଉଣ୍ଟରେ KYC କରି ନଥିଲେ ହୋଇ ଯାଆନ୍ତୁ ସତର୍କ: ଜାଣନ୍ତୁ ଆପଣଙ୍କ ହାତରେ ଅଛି ଆଉ କେତେଦିନ

ନୂଆଦିଲ୍ଲୀ: ଯଦି ଆପଣମାନେ ସେୟାର ବଜାରରେ ଟ୍ରେଡିଙ୍ଗ୍ କରୁଛନ୍ତି ତ ହୋଇ ଯାଆନ୍ତୁ ସତର୍କ। ସେୟାର କିଣା ବିକା ପାଇଁ ଜରୁରୀ ଥିବା ଡିମେଟ ଆକାଉଣ୍ଟର KYC କରିବା ପାଇଁ ଆଉ ମାତ୍ର ୮ ଦିନ ବାକି ରହିଲା। ଯଦି ଆପଣମାନେ ଏହି ୮ ଦିନ ମଧ୍ୟରେ ଆପଣଙ୍କ ଡିମେଟ ଆକାଉଣ୍ଟରେ KYC କରୁ ନାହାନ୍ତି ତେବେ ଆପଣ ନିଜ ଆକାଉଣ୍ଟରୁ କୌଣସି କାରବାର କରିପାରିବେ ନାହିଁ।

ମାର୍କେଟ ରେଗୁଲେଟର ସେବିର ନିୟମ ଅନୁସାରେ ଯଦି ଆପଣଙ୍କର ଡିମେଟ ଆକାଉଣ୍ଟ ରହିଛି ତେବେ ୩୦ ଜୁନ ପୂର୍ବରୁ ଆପଣଙ୍କୁ ନିଜ ଆକାଉଣ୍ଟରେ କେୱାଇସି କରିବାକୁ ପଡ଼ିବ। ୧ଜୁଲାଇରୁ ବିନା KYCର ଡିମେଟ ଆକାଉଣ୍ଟ ନିଷ୍କ୍ରିୟ ହୋଇଯିବ। ଏହା ଦ୍ୱାରା ଆପଣମାନେ ଷ୍ଟକ ମାର୍କେଟରେ ଟ୍ରେଣ୍ଡ କରି ପାରିବେ ନାହିଁ। ସେହିପରି ଯଦି କୌଣସି କମ୍ପାନୀର ସେୟାର ଆପଣମାନେ କିଣି ନେଉଛନ୍ତିି ତା ପରେ ମଧ୍ୟ ଏହି ସେୟାରକୁ ଆପଣମାନେ ଆକାଉଣ୍ଟକୁ ଟ୍ରାନ୍ସଫର କରି ପାରିବେ ନାହିଁ। ପୂର୍ବରୁ ଡିମେଟ ଆକାଉଣ୍ଟର KYC କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ରହିଥିବା ବେଳେ ବର୍ତ୍ତମାନ ଏହାକୁ ଘୁଞ୍ଚା ଯାଇ ୩୧ଜୁନ କରା ଯାଇଛି। ତେବେ ସେବି ସୂଚନା ଅନୁସାରେ ଏହି ତାରିଖ ଆଉ ଆଗକୁ ଘୁଞ୍ଚା ଯାଇ ପାରିବ ନାହିଁ।

KYC କରିବା ପାଇଁ ଡିମେଟ ଆକାଉଣ୍ଟ ହିତାଧିକାରୀଙ୍କୁ ନାମ, ପାନ କାର୍ଡ଼ ନମ୍ବର, ଠିକଣା, ମୋବାଇଲ ନମ୍ବର, ଇମେଲ ଆଇଡି ଏବଂ ଆୟକୁ ସେୟାର କରିବାକୁ ପଡ଼ିବ। ଯେଉଁ ହିତାଧିକାରୀ କଷ୍ଟୋଡିୟାନ ସର୍ଭିସେସ ବ୍ୟବହାର କରୁଥିବେ ସେମାନେ କଷ୍ଟୋଡିୟାନ ଡିଟେଲ୍ସ ଦେବା ପାଇଁ ବାଧ୍ୟ। ସମୟ ଅବଧି ସରିବା ପୂର୍ବରୁ ଯଦି ଏହି ସବୁ ଡିଟେଲ୍ସ ଅପଡେଟ ହୋଇ ନଥାଏ ତେବେ ହିତାଧିକାରୀଙ୍କ ଏକ୍ସଚେଞ୍ଜ ଟ୍ରେଣ୍ଟ ଆକାଉଣ୍ଟ ମଧ୍ୟ ସସପେଣ୍ଡ ହୋଇଯିବ।

ଡିମେଟ ଆକାଉଣ୍ଟ ଡିଆକ୍ଟିଭେଟ ହେବାରୁ ରୋକିବାକୁ ଚାହୁଁଥିଲେ ଆପଣମାନେ ଅନଲାଇନ ମାଧ୍ୟମରେ କେୱାଇସି କରି ପାରିବେ। ଏହା ବ୍ୟତୀତ ଆପଣମାନେ ବ୍ରୋକର୍ସ ହାଉସ ଅଫିସରେ ମଧ୍ୟ KYC କରି ପାରିବେ।

 

Get real time updates directly on you device, subscribe now.