fbpx

ଟନସିଲ୍ ଅପରେସନ ପରେ ମରିଗଲେ ପୂର୍ବତନ ମିସ୍ ବ୍ରାଜିଲ: ଆପଣ କରୁନାହାନ୍ତି ତ ଏପରି ଭୁଲ୍

ନୂଆଦିଲ୍ଲୀ: ଯଦି ଆପଣ ଟନସିଲକୁ ହାଲୁକାରେ ନେଉଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଟିକିଏ ଅବହେଳା ପାଇଁ ଚାଲିଯାଇପାରେ ଆପଣଙ୍କ ଜୀବନ । ୨୦ ଜୁନ୍ ୨୦୨୨ରେ ପୂର୍ବତନ ମିସ୍ ବ୍ରାଜିଲ ଗ୍ଲେସି କୋରିଆଙ୍କ ଟନସିଲ୍ ଅପରେସ ପରେ ଅଧିକ ରକ୍ତସ୍ରାବ ଓ ହାଟ୍ ଆଟାକ୍ ଆସିବାରୁ ମୃତ୍ୟୁ ଘଟିଛି । ଗ୍ଲେସିଙ୍କର ଏପ୍ରିଲ ମାସରେ ଅପରେସନ ହୋଇଥିଲା । ଦକ୍ଷିଣ-ପୂର୍ବ ବ୍ରାଜିଲର ମକାଇରେ ରହୁଥିବା ଅପରେସନର ୫ ଦିନ ପରେ ଗ୍ଲେସିଙ୍କର ଅଧିକ ରକ୍ତସ୍ରାବ ଓ ହାଟ୍ ଆଟାକ୍ ଆସିଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ । ୨ ମାସରୁ ଅଧିକ ସମୟ କୋମାରେ ରହିବା ପରେ ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି ।

ଗ୍ଳେସିଙ୍କ ଟନସିଲ ଅପରେସନ ସମୟରେ ଡାକ୍ତରଙ୍କ ଦ୍ୱାରା କିଛି ଭୁଲଏ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି କାରଣ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଥିଲା । ଗ୍ଲେସିଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଶବକୁ ପୋଷ୍ଟ ମର୍ଟମ ପାଇଁ ଫରେନ୍ସିକ ମେଡିସିନ୍ ଇନଷ୍ଟିଚ୍ୟୁଟକୁ ପଠାଇଛି । ଏବେ ରିପୋର୍ଟ ଆସିବାର ଅପେକ୍ଷା, ଯାହାଫଳରେ ମୃତ୍ୟୁର କାରଣ ଜଣାପଡିବ ।
ତେବେ ୨୦୧୮ ରେ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟସ୍ ବ୍ରାଜିଲ୍ ଏବଂ ମିସ୍ କୋଷ୍ଟା ଡୋ ସୋଲ୍ ମୁକୁଟ ପିନ୍ଧିଥିଲେ ଗ୍ଲେସି କୋରିଆ । ଏହା ସହ ଗ୍ଲେସି ଜଣେ ସୋସିଆଲ୍ ମିଡିଆ ଷ୍ଟାର ଥିଲେ । ଇନଷ୍ଟାଗ୍ରାମରେ ୫୨,୦୦୦ ରୁ ଅଧିକ ତାଙ୍କୁ ଫଲୋ କରୁଥିଲେ ।

ଟନସିଲ୍ କ’ଣ ଏବଂ ଏହା କିପରି ହୁଏ ?
ଟନସିଲ୍ ଗଳା ସହିତ ଜଡିତ ଏକ ରୋଗ । ଏଥିରେ ଗଳାର ଉଭୟ ପାର୍ଶ୍ୱରେ ଫୁଲିଯିବା ଭଳି ସମସ୍ୟା ଦେଖାଦେଇଥାଏ । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ପୀଡ଼ିତାଙ୍କ ମୁହଁ ଓ ଭିତରେ ଗଳାର ଉଭୟ ପାର୍ଶ୍ୱରେ ଯନ୍ତ୍ରଣା ହୁଏ । ଅନେକ ମାମଲାରେ ବାରମ୍ବାର ଜ୍ୱର ହେଉଥିବା ଅଭିଯୋଗ ମଧ୍ୟ ହେଉଛି । ଏହା ବ୍ୟତୀତ ଟନସିଲର ଅନେକ ସମସ୍ୟା ମଧ୍ୟ ସାମ୍ନାକୁ ଆସିଛି ।

ଟନସିଲର କାରଣ :-
ଡାକ୍ତରଙ୍କ କହିବା ଅନୁସାରେ, ଅନେକ କାରଣ ଯୋଗୁଁ ଟନସିଲ୍ ହୋଇପାରେ । ଖାଦ୍ୟ ଖାଇବା ପୂର୍ବରୁ ଯଦି ଆପଣ ସଠିକ୍ ଭାବରେ ହାତ ନ ଧୁଅନ୍ତି, ତେବେ ଆପଣ ଏହି ରୋଗର ଶିକାର ହୋଇପାରିବେ । ତେବେ କ୍ଷତିକାରକ ବ୍ୟାକ୍ଟେରିଆ ଯୋଗୁଁ ହେତୁ ଟନସିଲର ସଂକ୍ରମଣ ବିସ୍ତାର ହୋଇଥାଏ । କେତେକ ମାମଲାରେ ଅଇଁଠା ଖାଇଲେ ଟନସିଲ୍ ସମସ୍ୟା ହୋଇଥାଏ ।

ଡାକ୍ତରମାନେ କୁହନ୍ତି କି, ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଳରେ ଅଲଗା ଅଲଗା ବ୍ୟାକ୍ଟେରିଆ ରହିଥାଆନ୍ତି । ଅନେକଥର ଅନ୍ୟ ପାଟିର ବ୍ୟାକ୍ଟେରିଆ ଆପଣଙ୍କ ପାଟିରେ ଚାଲିଯିବାରୁ ଇନଫେକ୍ସନ୍ ହୋଇପାରେ ଓ ଏହା ଟନସିଲକୁ ଜନ୍ମ ଦିଏ । ଏହା ବ୍ୟତୀତ କିଛି ଥଣ୍ଡା ବା ଗରମ ଖାଇଲେ ବି ଟନସିଲ୍ ସମସ୍ୟା ଦେଖାଦେଇଥାଏ । କମ୍ ପାଣି ପିଇଲେ ବି ଏଭଳି ସମସ୍ୟା ହୋଇପାରେ ।

ଡାକ୍ତରମାନେ କହିଛନ୍ତି ଯେ, ଖାଦ୍ୟ ଖାଇବାବେଳେ ଖାଦ୍ୟର ଛୋଟ ଛୋଟ କଣିକା ପାଟିରେ ଲାଗିଥାଏ । ଧୋଇବା ପରେ ପାଟିର କଣିକା ବାହାର କରାଯାଇଥାଏ, କିନ୍ତୁ ଏହି କଣିକା ଗଳା ଏବଂ ଆହାର ନଳୀରେ ରହିଥାଏ । ତେଣୁ ଖାଦ୍ୟ ଖାଇବାର ୧୫ ମିନିଟ ପରେ ପାଣି ପିଅନ୍ତୁ ଏବଂ ପ୍ରତିଦିନ ଅତି କମରେ ୪-୫ ଲିଟର ପାଣି ପିଅନ୍ତୁ ।

Get real time updates directly on you device, subscribe now.