fbpx

ଦିଲ୍ଳୀର ପାଣି ସମସ୍ୟାକୁ ନେଇ ବିଜେପିର ପ୍ରଶ୍ନ: ବୈଠକ ମଝିରେ ଉତ୍ତେଜିତ ହୋଇଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଳୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବର୍ତ୍ତମାନ ପ୍ରଶ୍ନବାଣ କରିଚାଲିଛି ବିଜେପି ସରକାର। ବିଜେପିର ପ୍ରଶ୍ନବାଣରେ ଭୟଭୀତ ହୋଇ ଯାଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ବିରକ୍ତ ହୋଇ କେଜ୍ରିୱାଲ ସିଟ୍ ଛାଡ଼ି ଛିଡ଼ା ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। କେଜ୍ରିୱାଲଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ବିଜେପି ଏପରି କଣ ପ୍ରଶ୍ନ କରିଥିଲା ଯେ କେଜ୍ରିୱାଲ ବିରକ୍ତ ହୋଇ ନିଜ ସିଟ ଛାଡ଼ି ଦେଇଥିଲେ ଆସନ୍ତୁ ଜାଣିବା।

ଅତ୍ୟଧିକ ଗରମ କାରଣରୁ ମଧ୍ୟବର୍ତ୍ତୀ ଦିଲ୍ଳୀର କିଛି ଅଞ୍ଚଳରେ ପାଣିର ଅଭାବ ଦେଖିବାକୁ ମିଳିଛି। ଦିଲ୍ଲୀର ଜନତା ଏହି ସମସ୍ୟାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଚାଲିଥିବା ବେଳେ ଗତ ବୁଧବାର ଏନଡିଏମସିରେ ହୋଇଥିବା ବୈଠକରେ ଏହି ପାଣି ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଅରବିନ୍ଦ କେଜ୍ରିୱାଲ ନିଜ ସିଟ ଛାଡି ଛିଡ଼ା ହୋଇ ଯାଇଥିଲେ। ସୋସିଆଲ ମିଡିଆରେ କେଜ୍ରିୱାଲଙ୍କ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି। ଏଭଳି ସମୟରେ ବିଜେପିର ଅଧ୍ୟକ୍ଷ କୁଲଜିତ ଚହଲ କେଜ୍ରିୱାଲଙ୍କ ସିଟ ଛଡ଼େଇ ନେବା ପାଇଁ ମଧ୍ୟ ପ୍ରସ୍ତାବ ରଖିଥିଲେ ।

ବିଜେପିର ଅନେକ ନେତା କେଜରୀୱାଲଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଭିଡିଓରେ କେଜରୀୱାଲ ଏନଡିଏମସି କାଉନସିଲର ବୈଠକରେ ଉପସ୍ଥିତ ଥିବା ସମୟରେ ବିଜେପିର ସଦସ୍ୟ କୁଲଜିତ ଚହଲ ପାଣି ସମସ୍ୟାକୁ ନେଇ ତାଙ୍କୁ କିଛି ପ୍ରଶ୍ନ ପଚାରିଥିବାର ଦେଖିବାକୁ ମିଳିଛି । ଏହି ପ୍ରଶ୍ନ ପରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇ ସିଟ ଛାଡ଼ୁଥିବା ସମୟରେ କୁଲଜିତ କେଜ୍ରିୱାଲଙ୍କୁ ବୈଠକରୁ ନଯାଇ ପ୍ରଶ୍ନର ଉତ୍ତର ଦେବା ପାଇଁ କହିଥିଲେ। ‘ପାଣି ସମସ୍ୟାକୁ ନେଇ ଆପଣଙ୍କ ସରକାର ଏତେ ଡରୁଛି କାହିଁକି’ ବୋଲି ପ୍ରଶ୍ନ କରିଥିଲେ କୁଲଜିତ।

ସେହିପରି ବୈଠକରେ କୁଲଜିତ ମୁଖ୍ୟମନ୍ତ୍ରୀଙ୍କ ସଦସ୍ୟତା ଛଡ଼େଇ ନେବାର ପ୍ରସ୍ତାବ ଉପସ୍ଥାପନ କରିଥିବାର ଭିଡିଓରେ ଦେଖିବାକୁ ମିଳିଛି। ଗତ ୪ମାସରେ ହୋଇଥିବା କାଉନସିଲ ବୈଠକରେ କେଜ୍ରିୱାଲ ଯୋଗ ଦେଇ ନଥିବାରୁ କୁଲଜିତ ଏହି ପ୍ରସ୍ତାବ ରଖିଥିଲେ। ପରବର୍ତ୍ତୀ ବୈଠକରେ ଆଲୋଚନା ଓ ଭୋଟ ଉପସ୍ଥାପନା କରିବା ପାଇଁ ଚେୟାରମେନ କହିଛନ୍ତି।

କୁଲଜିତ ଏହି ପ୍ରସ୍ତାବରେ ଏନଡିଏମସି ଆକ୍ଟ ୧୯୯୪ର ଧାରା ୮(୨) କୁ ଉପସ୍ଥାପିତ କରିଥିଲେ। ଏହି ଧାରା ଅନୁସାରେ ଯଦି କୌଣସି ସଦସ୍ୟ ୩ମାସ ଲଗାତାର ଭାବେ ବିନା ଅନୁମତିରେ କାଉନସିଲ ବୈଠକରେ ଯୋଗ ଦେଇ ନଥାଏ ତେବେ କାଉନସିଲ କେନ୍ଦ୍ର ସରକାର ନିକଟରେ ତାଙ୍କ ପଦକୁ ଖାଲି କରିବା ପାଇଁ ପ୍ରସ୍ତାବ ରଖି ପାରିବ। ପ୍ରସ୍ତାବ ଅନୁସାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଏନଡିଏମସିର ସଦସ୍ୟ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ମାସ ମଧ୍ୟରେ ହୋଇଥିବା କୌଣସି ବୈଠକରେ ଯୋଗ ଦେଇ ନଥିଲେ ଏଥିପାଇଁ ସେ ଅନୁମତି ନେଇ ନଥିବା ମଧ୍ୟ ପ୍ରକାଶ ପାଇଛି। ଏହି ମାମଲାରେ କେଜ୍ରିୱାଲ କୌଣସି ପ୍ରତିକ୍ରିୟା ଦେଇ ନଥିବା ସୂଚନା ମିଳିଛି।

 

 

 

 

Get real time updates directly on you device, subscribe now.