ଦୁନିଆର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ପାଖରେ ନାହିଁ DRS ପାଇଁ ପଇସା

ବେଙ୍ଗାଲୁରୁ: ରଣଜୀ ଟ୍ରଫି ୨୦୨୨ର ଫାଇନାଲ୍ ମ୍ୟାଚ୍ ମଧ୍ୟ ପ୍ରଦେଶ ଏବଂ ମୁମ୍ବାଇ ମଧ୍ୟରେ ବେଙ୍ଗାଲୁରୁ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚର ସିଧା ପ୍ରସାରଣ ମଧ୍ୟ କରାଯାଇଛି। ମାତ୍ର ସବୁଠୁ ଚକିତ କର ବିଷୟ ଏହି ମ୍ୟାଚରେ ଡିସିଜନ ରିଭ୍ୟୁ ସିଷ୍ଟମ(ଡିଆରଏସ) ଉପଲବ୍ଧ ନାହିଁ। ଏହି କାରଣରୁ ଫର୍ମରେ ଥିବା ମୁମ୍ବାଇର ବ୍ୟାଟସମ୍ୟାନ ସରଫରାଜ ଖାନଙ୍କୁ ଜୀବନଦାନ ମିଳିଯାଇଛି। ଏଥିରେ ମ୍ୟାଚର ପରିଣାମ ମଧ୍ୟ ବଦଳିପାରେ।

ମଧ୍ୟ ପ୍ରଦେଶର ଦ୍ରୁତ ବୋଲର ଗୌରବ ଯାଦବଙ୍କ ଏକ ଏଲବିଡବ୍ଲ୍ୟୁ ଅପିଲକୁ ଅମ୍ପାୟର ଅସ୍ଵୀକାର କରିଛନ୍ତି। ରିପ୍ଲେରୁ ସ୍ପଷ୍ଟ ଜଣା ପଡୁଛି ଯେ, ବ୍ୟାଟସମ୍ୟାନ ଆଉଟ୍ ଅଛନ୍ତି। ଏହି କାରଣରୁ ପୁଣି ଥରେ ଦୁନିଆର ସବୁଠୂ ଧନୀ କ୍ରିକେଟ୍ ବୋର୍ଡ ଟାର୍ଗେଟରେ ରହିଛି। କାରଣ ରଣଜୀ ଟ୍ରଫି ପରି ଫାଇନାଲ୍ ମ୍ୟାଚରେ ଡିଆରଏସ ବ୍ୟବସ୍ଥା ନରହିବା ବିସିସିଆଇ ଉପରେ ଅଙ୍ଗୁଳି ଉଠିଛି। ଏହାର କାରଣରେ କୁହାଯାଇଛି ଯେ, ଏହା ବହୁତ ମହଙ୍ଗା ଟେକ୍ନୋଲୋଜି। ଏଥିପାଇଁ ଏହାର ବ୍ୟବହାର କରାଯାଉନାହିଁ।

ଏମିତି ନାହିଁ ଯେ, ବିସିସିଆଇ ରଣଜୀ ଟ୍ରଫିରେ ଡିଆରଏସ ଉପଲବ୍ଧ କରି ନାହିଁ। ବୋର୍ଡ ରଣଜୀ ଟ୍ରଫି ୨୦୧୯-୨୦ର ସେମି ଫାଇନାଲ ଏବଂ ଫାଇନାଲରେ ସୀମିତ ଡିଆରଏସର ପ୍ରୟୋଗ କରିଥିଲା। ଡିଆରଏସ ଲାଗୁ ହୋଇଥିବା ଉକ୍ତ ସଂସ୍କରଣରେ ହକ୍ ଆଇ ଏବଂ ଅଲଟ୍ରାଏଜ ଟେକ୍ନୋଲୋଜି ସାମିଲ୍ ନଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ଡିଆରଏସ ପାଇଁ ଏହାକୁ ପ୍ରମୁଖ କୁହାଯାଏ। ମାତ୍ର ରଣଜୀ ଟ୍ରଫିରେ ଡିଆରଏସରେ ଏହାକୁ ସାମିଲ୍ କରାଯାଇନଥିଲା।

ବିସିସିଆଇର ଜୈନକ ଅଧିକାରୀ କହିଛନ୍ତି ଯେ, ଆମକୁ ଅମ୍ପାୟରଙ୍କ ଉପରେ ଭରସା ରହିଛି। ଭାରତର ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, ଡିଆରଏସ ବ୍ୟବହାର କରାଯିବା ଏକ ମହଙ୍ଗା ଅଭ୍ୟାସ। ଏଥିରେ ଖର୍ଚ୍ଚ ବଢିଥାଏ। ଫାଇନାଲରେ ଡିଆରଏସ ନଥିଲେ କଣ ଫରକ ପଡି ଯାଉଛି। ସଂପ୍ରତି ଆମକୁ ଅମ୍ପାୟରଙ୍କ ଉପରେ ଭରସା କରିବା ଉଚିତ୍। ଭାରତର ଦୁଇ ସର୍ବଶ୍ରେଷ୍ଠ ଅମ୍ପାୟର କଏନ ଅନ୍ତତପଦ୍ମଦମନାଭନ ଏବଂ ବୀରେନ୍ଦ୍ର ଶର୍ମା ଏହି ମ୍ୟାଚରେ ଅମ୍ପାୟରିଂ କରୁଛନ୍ତି।

ହେଲେ କିଛି ଅଧିକାରୀଙ୍କ କହିବା କଥା ଡିଆରଏସ ଉପଯୋଗ କରିବା ମହଙ୍ଗା ତେବେ ଏହା ସବୁଠୁ ପିଲାଳିଆମି ଉତ୍ତର। କାରଣ ବୋର୍ଡ ନିକଟରେ ଆଇପିଏଲର ଗଣମାଧ୍ୟମ ଅଧିକାରରୁ ୪୮.୩୯୦ କୋଟି ଟଙ୍କା ଆୟ କରିଛି। ତେଣୁ ଅତି କମରେ ରଣଜୀ ଟ୍ରଫିର କ୍ଵାର୍ଟର ଫାଇନାଲ୍, ସେମି ଫାଇନାଲ୍ ଏବଂ ଫାଇନାଲରେ ଡିଆରଏସ ବ୍ୟବହାର କରାଯିବା ଉଚିତ୍। କାରଣ ଗୋଟିଏ ଭୁଲ୍ ନିଷ୍ପତ୍ତି ହିଁ ମ୍ୟାଚର ଫଳାଫଲ ବଦଳାଇ ଦିଏ।

Get real time updates directly on you device, subscribe now.