fbpx

ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ: ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ସାଲେପୁର(ଓଡ଼ିଶା ଭାସ୍କର): କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ । ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବାରୁ ପୋଡିହୋଇ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି । ପୋଡି ହୋଇ ଗୁରୁତର ଥିବା ଯୁବକଙ୍କୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । କେଉଁ କାରଣ ପାଇଁ ଥାନା ସାମ୍ନାରେ ସେ ନିଜ ଶରୀରରେ ନିଆଁ ଲଗାଇଲେ, ତାହା ବି ଅସ୍ପଷ୍ଟ ରହିଛି । ପୋଲିସ ଥାନା ସାମ୍ନାରେ ଏସବୁ ଘଟିଥିବାରୁ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପୋଲିସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଛାନଭିନ୍ ଜାରି ରଖିଛି ।

Get real time updates directly on you device, subscribe now.