fbpx

ନିଦରୁ ଉଠିବା ପରେ କଫି ପିଉଥିଲେ ହୁଅନ୍ତୁ ସାବଧାନ; ନଚେତ୍ ହୋଇପାରେ ଏସବୁ ସମସ୍ୟା

ଓଡିଶା ଭାସ୍କର: ସକାଳୁ ନିଦରୁ ଉଠିବା ପରେ ଅଧିକାଂଶ ଲୋକ କ୍ଳାନ୍ତ ଏବଂ ଅଳସୁଆ ଅନୁଭବ କରିଥାନ୍ତି । ଆଉ ସେସବୁରୁ ଟିକିଏ ଆରାମ ପାଇବାକୁ ସାଧାରଣତଃ କଫି କିମ୍ବା ଚାହା ପିଥାଆନ୍ତି । ହେଲେ କଫି ପିଇବା ମାତ୍ରେ ବହୁତ ଲୋକ ସତେଜ ଅନୁଭବ କରନ୍ତ ବୋଲି କହିଥାନ୍ତି । ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଫି ବିନା ସେମାନଙ୍କ ମୁଡ୍ ଅପ୍ ହୋଇଯାଏା ଯଦି ଆପଣ ବି ସକାଳୁ ଉଠିବା ପରେ ପ୍ରଥମେ କଫି ପିଅନ୍ତି, ତେବେ ଜାଣନ୍ତୁ ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ ।

ଅନେକ କାରଣ ରହିଛି, ଯାହାକି ସକାଳେ ଖାଲି ପେଟରେ କଫି ଖାଇବା ଉଚିତ୍ ନୁହେଁ । ବିଶେଷକରି ମହିଳାମାନେ ଖାଲି ପେଟରେ କଫି ପିଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହାର ପ୍ରଥମ କାରଣ ହେଉଛି ସକାଳେ ଖାଲି ପେଟରେ କଫି ଖାଇବା ଦ୍ୱାରା ଶରୀରରେ କୋର୍ଟିସୋଲ୍ ହରମୋନ୍କୁ ବଢ଼ିଥାଏ, ଯାହା ଓବ୍ୟୁଲେସନ୍‌, ଓଜନ ଏବଂ ହରମୋନ୍ ଉପରେ ଖରାପ ପ୍ରଭାବ ପକାଇ ଥାଏ । ସକାଳେ ସ୍େଟ୍ରସ୍ ହରମୋନର ସ୍ତର ଅଧିକ ହୋଇଥାଏ, ସନ୍ଧ୍ୟା ସମୟରେ କମ୍ ଥାଏ । ସକାଳେ ପ୍ରଥମେ କଫିନ୍ ଖାଇବାଦ୍ୱାରା, କୋର୍ଟିସୋଲର ସ୍ତର ବଢ଼ିପାରେ ଯାହା ଓଜନ ବୃଦ୍ଧି ଏବଂ ଶୋଇବା ସମସ୍ୟା ସୃଷ୍ଟି କରିପାରେ ।

ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଦିନରେ ତ ଆମେ ଆବଶ୍ୟକ ମୁତାବକ ପାଣି ପିଥାଉ ହେଲେ ରାତିରେ ଶୋଇବା ପରେ, ଆମେ ଆବଶ୍ୟକ ଅନୁସାରେ ପାଣି ପି ନଥାଉ । ଯାହାଦ୍ୱାରା ଶରୀରରେ ଜଳର ଅଭାବ ରହିଥାଏ, ସେଥିଲାଗି ସକାଳୁ ଉଠି ପାଣି ପିଇବା ଆବଶ୍ୟକ । ସକାଳେ ୨ ରୁ ୩ ଗ୍ଲାସ୍ ପାଣି ପାଣି ପିଇବା ପରେ, ଆପଣ କଫି କିମ୍ବା ଚା ’ ଯେକୌଣସି ଜିନିଷ ଖାଇପାରିବେ । ଯଦି ଆପଣ ସକାଳୁ ଉଠି ପାଣି ପିଇବାକୁ ପସନ୍ଦ କରନ୍ତିନି, ତେବେ ଆପଣ ଏଥିରେ କିଛି ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇପାରିବେ । ସକାଳେ ଲେମ୍ବୁ ପାଣି ପିଇବା ଦ୍ୱାରା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ଦିନସାରା ସତେଜ ଅନୁଭବ ମଧ୍ୟ କରାଇଥାଏ ।

Get real time updates directly on you device, subscribe now.