fbpx

(Video) ଆପଣମାନେ ଖୁସି ତ… ଭିଡିଓ କଲରେ ଅଞ୍ଚଳର ବିକାଶ କଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସିଦାସଳଖ ଜନତାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ କରି ବିଭିନ୍ନ ଅଞ୍ଚଳର ବିକାଶ ତଥା ଉନ୍ନତୀକରଣ ବିଷୟରେ ସେ ଆଲୋଚନା କରିଛନ୍ତି । ଲୋକଙ୍କ ସହ କଥା ହୋଇ ମନ୍ଦିର, ସ୍କୁଲ ତଥା ଅନ୍ୟାନ୍ୟ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା, ପୁରୀ ଏବଂ ସମ୍ବଲପୁରର ଲୋକମାନଙ୍କ ସହ ଭିଡିଓ କଲରେ କତା ହୋଇଛନ୍ତି । ଖୋର୍ଦ୍ଧାରୁ ପ୍ରକାଶ ହାତୀ, ପୁରୀ ବିଜୟଲକ୍ଷ୍ମୀ ବଣି ଏବଂ ସ୍ୱର୍ଣ୍ଣଲତା ବିଶୋୟୀଙ୍କ ସହ ସମ୍ବଲପୁରରୁ ଆରତୀ ନାୟକ ମୁଖ୍ୟମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ପଦକ୍ଷେପକୁ ଅନେକ ମହଲରେ ପ୍ରଶଂସା କରାଯାଉଛି । ସେପଟେ ଚଳିତବ ନିର୍ବାଚନରେ ଜନତା ମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ବୋଲି ଭିଡିଓ କଲରେ କୁହାଯାଇଛି ।

Get real time updates directly on you device, subscribe now.