fbpx

ବୋର୍ଡ ପରୀକ୍ଷା ପାସ କରିପାରୁନଥିବା ପିଲାଙ୍କ ପାଇଁ ଖୁସି ଖବର, ଏଣିକି ଫେଲ ପିଲା ବି ପଢିପାରିବେ ପାଠ

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷା ପାସ ନ କରିପାରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଫେଲ ହେଲେ ବି ସେମାନେ ବିଦ୍ୟାଳୟ ଯାଇ ପାଠ ପଢିପାରିବେ ଏବଂ ତାଙ୍କୁ ଆଡମିଶନ ଦିଆଯିବ । ଏଥିପାଇଁ ଖାସ ବ୍ୟବସ୍ଥା କରାଯିବ ଏବଂ ରେଗୁଲାର ଷ୍ଟୁଡେଣ୍ଟଙ୍କ ପରି କ୍ଲାସ ଆଟେଣ୍ଡ କରିବାକୁ ଅନୁମତି ମିଳିବ । ଏଥିରେ ଫେଲ ହେବା ପରେ ପାଠପଢା ଛାଡିଦେଉଥିବା ଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି ।

ରିପୋର୍ଟ ମୁତାବକ, ଶିକ୍ଷା ମନ୍ତ୍ରଣାଳୟ ଖୁବଶିଘ୍ର ଏନେଇ ନିୟମ ଆଣିବାକୁ ଯାଉଛି ଏବଂ ଏହି ନିୟମ ସମସ୍ତ ରାଜ୍ୟ ପାଇଁ ଲାଗୁ କରାଯିବ । ଏହା ଦ୍ୱାରା ଦଶମ ବା ଦ୍ୱାଦଶ ଫେଲ ହେବା ଛାତ୍ରଛାତ୍ରୀଙ୍କୁ ରେଗୁଲାର ଷ୍ଟୁଡେଣ୍ଟଙ୍କ ପରି ଆଡମିଶନ ମିଳିବ ଏବଂ ତାଙ୍କୁ ସାଧାରଣ ଛାତ୍ରଙ୍କ ପରି ସୁବିଧାମାନ ମଧ୍ୟ ମିଳିବ ।

ଏହି ବ୍ୟବସ୍ଥାର ସବୁଠାରୁ ଖାସ କଥା ହେଉଛି, ଯେତେବେଳେ ଏହି ଷ୍ଟୁଡେଣ୍ଟ ଆଗାମୀ ବର୍ଷ ପରୀକ୍ଷା ପାସ କରୁଛନ୍ତି ତେବେ ତାଙ୍କ ସାର୍ଟିଫିକେଟରେ ଲେଖାଯିବନାହିଁ ଯେ, ସେ ଦ୍ୱିତୀୟ ପ୍ରୟାସରେ ପାସ କରିପାରିବେ ବା ସେ ଏକ ବର୍ଷରେ ଫେଲ ହୋଇଯାଇଛନ୍ତି । ଏଥିରେ ଫେଲ ହେବା ପରେ ପାଠପଢା ଛାଡିଦେବା ଛାତ୍ରଙ୍କ ସଂଖ୍ୟାରେ ହ୍ରାସ ହେବାର ଆଶଙ୍କା ରହିବ ।

ଶିକ୍ଷା ମନ୍ତ୍ରଣାଳୟର ଯୋଜନା ରହିଛି ଯେ, ଯେକୌଣସି ଛାତ୍ର ବିଦ୍ୟାଳୟରେ ଆଡମିଶନ ନେଉଛି, ତା ଉପରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନଜର ରଖାଯାଉଛି । ସେ ପଢା ମଝିରେ ଛାଡି ଦେଉନଥିବା କଥା ମଧ୍ୟ ଦେଖାଯାଉ । ଯେଉଁ ଛାତ୍ର ଫେଲ ହେବା ପରେ ନିୟମିତ ଷ୍ଟୁଡେଣ୍ଟ ପରି ସ୍କୁଲ ଆସିବାକୁ ଚାହୁଁ ନାହାନ୍ତି ସେମାନେ ନିଜ ଅନୁସାରେ ଅନ୍ୟ ସ୍କୁଲରେ ମଧ୍ୟ ଆଡମିଶନ ନେଇପାରିବେ ।

Get real time updates directly on you device, subscribe now.