fbpx

ଅକ୍ଟୋବର ୧ରୁ ଋଣ ନିୟମରେ ହେବ ପରିବର୍ତ୍ତନ, ବ୍ୟାଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା RBI

ନୂଆଦିଲ୍ଲୀ: ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି ତେଣୁ ଅପଡେଟ୍ ରହିବା ଜରୁରୀ । ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଅକ୍ଟୋବର ୧ ତାରିଖରୁ RBI ଋଣ ନିୟମରେ କିଛି ପରିବର୍ତ୍ତନ କରିବ । ଏହା ପରେ ନୂତନ ନିୟମ ଅନୁଯାୟୀ ଋଣ ପ୍ରଦାନ କରାଯିବା ନେଇ ଜଈଓ ପକ୍ଷରୁ ସୂଚନା ଦିଆଯାଇଛି ।

RBI ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ ଯେ ଏହି ନିୟମ କେବଳ ବ୍ୟାଙ୍କ ଏବଂ NBFC ଉପରେ ଲାଗୁ ହେବ । ଅକ୍ଟୋବର ୧ ତାରିଖରୁ ରିଟେଲ ଏବଂ MSME ଋଣ ନିୟମରେ ପରିବର୍ତ୍ତନ ହେବ । ଏହି ନିୟମ ଲାଗୁ ହେବା ପରେ ଋଣ ନେଉଥିବା ବ୍ୟକ୍ତିକୁ ସୁଧ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଋଣ ଚୁକ୍ତି ସମ୍ବନ୍ଧୀୟ ସମସ୍ତ ସୂଚନା (KFS) ଦେବାକୁ ପଡ଼ିବ । RBI ଅନ୍ତର୍ଗତ individual borrowers, ଡିଜିଟାଲ ଋଣ ୟୁନିଟ ଏବଂ ସ୍ୱଳ୍ପ ରାଶିର ଋଣ ସମ୍ବନ୍ଧୀୟ ସମସ୍ତ ଚୁକ୍ତି ବିଷୟରେ ସୂଚନା ପ୍ରଦାନ କରାଯିବା ବାଧ୍ୟତାମୂଳକ କରାଯାଇଛି । RBI ଅନ୍ତର୍ଗତ ସମସ୍ତ ଆର୍ଥିକ ସଂସ୍ଥାଗୁଡ଼ିକର ଉତ୍ପାଦକୁ ନେଇ ପାରଦର୍ଶିତା ବଜାୟ ରଖିବା ସହ ଗ୍ରାହକଙ୍କୁ ଋଣ ପ୍ରଦାନ କରାଯିବା ନେଇ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ଋଣ ନେବା ସମୟରେ ଭାବିଚିନ୍ତି ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବ ।

Get real time updates directly on you device, subscribe now.