fbpx

ସତ ହେବ ଭବିଷ୍ୟବାଣୀ? ୫୦୦ ବର୍ଷ ପୂର୍ବରୁ ଇରାନ୍-ଇସ୍ରାଏଲ ଯୁଦ୍ଧ କଥା କହିଥିଲେ ନାସ୍ତ୍ରେଦମସ, ଧ୍ୱଂସ ହେବ ପୃଥିବୀ…

ଓଡ଼ିଶା ଭାସ୍କର: ହମାସ ବିପକ୍ଷରେ ୬ ମାସରୁ ଯୁଦ୍ଧ ଜାରି ରଖିଛି ଇସ୍ରାଏଲ । ଏବେ ଇରାନ ବିପକ୍ଷରେ ମଧ୍ୟ ଯୁଦ୍ଧ ପାଇଁ ରଣହୁଙ୍କାର ଦେଇଛି । ଇରାନ ଆକ୍ରମଣ ପରେ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି ଇସ୍ରାଏଲ । ଶନିବାର ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ ଉପରେ ୮୦ ଡ୍ରୋନ ଏବଂ ୬ଟି ମିସାଇଲ ଆକ୍ରମଣ କରିଥିଲା । ଯାହାର କଡ଼ା ଜବାବ ଦେବାକୁ ସୁଯୋଗ ଖୋଜୁଛି ଇସ୍ରାଏଲ । ତେବେ ଉଭୟ ଦେଶ ମଧ୍ୟ ତିକ୍ତତା ଏବେ ଯୁଦ୍ଧକୁ ଇସାରା ଦେଇଛି । ତେବେ ଏହି ଯୁଦ୍ଧ ହେବା ନେଇ ବର୍ତ୍ତମାନ ଅନୁମାନ କରାଯାଉଛି ଥିଲେ ମଧ୍ୟ ୫୦୦ ବର୍ଷ ପୂର୍ବରୁ ଏହାର ଭବିଷ୍ୟବାଣୀ ହୋଇ ସାରିଛି । ଇରାନ୍-ଇସ୍ରାଏଲ ମଧ୍ୟରେ ଏହି ତିକ୍ତତା ପରେ ଯୁଦ୍ଧକୁ ନେଇ ପ୍ରସିଦ୍ଧ ଭବିଷ୍ୟବକ୍ତା ନାସ୍ତ୍ରେଦମସ କରିଥିବା ଭବିଷ୍ୟବାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଭବିଷ୍ୟବାଣୀ ସତ ହେଲେ ପୃଥିବୀର ଅନେକ ଦେଶ ପ୍ରତି ବିପଦ ହୋଇପାରେ ।

ଷୋଡ଼ଶ ଶତାବ୍ଦୀରେ ଫ୍ରାନ୍ସର ପ୍ରସିଦ୍ଧ ଜ୍ୟୋତିଷ ନାସ୍ତ୍ରେଦମସ ଇରାନ୍-ଇସ୍ରାଏଲ ଯୁଦ୍ଧ ଉପରେ କହିଛନ୍ତି । ତେବେ ୫୦୦ ବର୍ଷ ତଳେ ନିଜ ବହିରେ ସେ ଲେଖିଥିବା ଏହି ଭବିଷ୍ୟବାଣୀ ବର୍ତ୍ତମାନ ସତ ହେବାକୁ ଯାଉଛି । ନାସ୍ତ୍ରେଦମସ କରିଥିବା ଅନେକ ଭବିଷ୍ୟବାଣୀ ସତ ହୋଇ ସାରିଛି । ତେବେ ୨୦୨୪କୁ ନେଇ ଅନେକ ଭବିଷବାଣୀ କରିଥିଲେ ନାସ୍ତ୍ରେଦମସ, ଯେଉଁଥିରେ ସମୁଦ୍ର ଯୁଦ୍ଧକୁ ନେଇ ମଧ୍ୟ ଏକ ଭବିଷ୍ୟବାଣୀ ସାମିଲ ରହିଛି । ଏହି ପୁସ୍ତକରେ ନାସ୍ତ୍ରେଦମସ ଲେଖିଛନ୍ତି, ‘ଶତ୍ରୁ ଭୟଭୀତ ହୋଇ ଫିକା ହୋଇ ବିଶାଳ ସମୁଦ୍ରକୁ ବିପଦରେ ପକାଇବ।’ ତେବେ ଏହି ଭବିଷ୍ୟବାଣୀକୁ ଲୋକେ ଲୋହିତ ସାଗରରେ ଜାହାଜ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ସହିତ ସଂଯୋଗ କରୁଛନ୍ତି, ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଛି ।

ନାସ୍ତ୍ରେଦମସ ନିଜର ଏହି ପୁସ୍ତକରେ ଏକ ବଡ଼ ଯୁଦ୍ଧ ବିଷୟରେ ଉଲ୍ଲେଖ କରିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବା ବେଳେ ଇରାନ-ଇସ୍ରାଏଲ ଯୁଦ୍ଧ ଆଗାମୀ ଦିନରେ ବିଶ୍ବଯୁଦ୍ଧର ରୂପ ନେଇପାରେ । ଏହାକୁ ନେଇ ନାସ୍ତ୍ରେଦମସ କହିଛନ୍ତି ଯେ, ୭ ମାସର ମହାଯୁଦ୍ଧ, ଖରାପ କାର୍ଯ୍ୟ ପାଇଁ ଲୋକଙ୍କର ମୃତ୍ୟୁ ହେବ । ଏହି ଭବିଷ୍ୟବାଣୀ ଏବେ ତୃତୀୟ ବିଶ୍ୱଯୁଦ୍ଧକୁ ଇସାରା ଦେଉଥିବା ଆଲୋଚନା ହେଉଛି ।

ଭାରତକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ନାସ୍ତ୍ରେଦମସ । ସେ କହିଛନ୍ତି ଯେ, ଭାରତ ଏଭଳି ଏକ ଉଦ୍ଭାବନ କରିବ, ଯାହା ଦ୍ୱାରା ଭବିଷ୍ୟତ ବିଷୟରେ ଯଥେଷ୍ଟ ପୂର୍ବରୁ ଜଣା ଯାଇ ପାରିବ । ଏହାସହିତ ଦେଶକୁ ରହସ୍ୟମୟୀ ଲୋକଙ୍କ ଆଗମନକୁ ନେଇ ମଧ୍ୟ ନାସ୍ତ୍ରେଦମସ ଭବିଷ୍ୟବାଣୀ କରିଛନ୍ତି । ହିମାଚଳ ପ୍ରଦେଶରେ ତପସ୍ୟା କରୁଥିବା ସାଧୁମାନଙ୍କ ଆଗମନ ହେବ ବୋଲି କୁହାଯାଉଛି ଯେଉଁମାନେ ଚମତ୍କାର ଏବଂ ରହସ୍ୟମୟ ହେବେ ବୋଲି ଦାବି ହେଉଛି । ଏହା ବ୍ୟତୀତ ଭାରତ ମଧ୍ୟ ଚଳିତ ବର୍ଷ ମହାକାଶରେ ନିଜର ବିଶେଷ ଶକ୍ତି ପ୍ରତିଷ୍ଠା କରିବ।

Get real time updates directly on you device, subscribe now.