fbpx

ହନୁମାନ ଜୟନ୍ତିରେ ଗଠନ ହେଉଛି ପଞ୍ଚଗ୍ରହ ଯୋଗ: ବଦଳିଯିବ ଏହି ରାଶିମାନଙ୍କ ଭାଗ୍ୟ, ବର୍ଷିବ ଧନ

ଓଡ଼ିଶା ଭାଷ୍କର: ହିନ୍ଦୁ ଧର୍ମରେ ଭକ୍ତଙ୍କ ମଧ୍ୟରେ ହନୁମାନ ଜୟନ୍ତିକୁ ନେଇ ଅନେକ ଉତ୍ସାହ ରହିଥାଏ । ତେବେ ଚଳିତ ବର୍ଷ ୨୩ ଏପ୍ରିଲ ମଙ୍ଗଳବାର ଦିନ ହନୁମାନ ଜୟନ୍ତି ପାଳନ କରାଯିବ । ପ୍ରଭୁ ହନୁମାନଙ୍କର ଜନ୍ମୋତ୍ସବରେ ଚିତ୍ରା ନକ୍ଷତ୍ରରେ ସିଦ୍ଧି ଯୋଗର ଏକ ଶୁଭ ସଂଯୋଗ ଗଠନ ହେଉଛି । ସେହିପରି ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ଏହି ଦିନ ମୀନ ରାଶିରେ ବୁଦ୍ଧାଦିତ୍ୟ ରାଯୋଗ ମଧ୍ୟ ଗଠନ ହେଉଛି । କୁମ୍ଭ ରାଶିରେ ମଧ୍ୟ ଶନି ରାଜଯୋଗ ଗଠନ ହେଉଛି । ଏହି ସମସ୍ତ ଶୁଭ ସଂଯୋଗରେ ୫ଟି ରାଶିର ଲୋକମାନେ ଲାଭବାନ ହେବେ । ତେବେ ଆସନ୍ତୁ ଜାଣିବା ପ୍ରଭୁ ହନୁମାନଙ୍କର ବିଶେଷ କୃପା କେଉଁ ରାଶି ପାଇଁ ଲାଭଦାୟକ ।

ମେଷ ରାଶି: ଏହି ରାଶିର ଲୋକମାନଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଏଥିସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସେହିଭଳି ବେରୋଜଗାର ଲୋକଙ୍କୁ ଏହି ସମୟରେ ରୋଜଗାର ପ୍ରାପ୍ତ ହେବ । ଯଦି ସଂପତ୍ତି ସମ୍ବନ୍ଧୀୟ କୌଣସି ମାମଲା କୋର୍ଟରେ ଚାଲୁଅଛି ସେଥିରେ ବିଜୟ ଲାଭ କରିବେ । ଏଥିସହ ଲଟେରି ମଧ୍ୟ ଲାଗିପାରେ ।

ମିଥୁନ: ଏହି ରାଶିର ଲୋକମାନଙ୍କୁ ଯେକୌଣସି କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ପୁରୁଣା ଟେନସନ ଥିଲେ ସେଥିରୁ ମୁକ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ ।

ବିଛା ରାଶି: ଏହି ରାଶିର ଲୋକେ ଯଦି ପାର୍ଟନରସିପରେ କୌଣସି ବ୍ୟବସାୟ କରୁଛନ୍ତି ତେବେ ତାଙ୍କ ପାଇଁ ଏହି ସମୟ ଲାଭ ଆଣି ଆସିବ । ସେହିଭଳି କ୍ୟାରିୟର ସହ ଜଡ଼ିତ ମାମଲାରେ ଶୁଭ ସମାଚାର ପ୍ରାପ୍ତ ହେବାକୁ ଯାଉଛି । ଶୁଭ ସମାଚାର ମିଳିପାରେ । ପରିବାର ସହ ଭଲ ସଂପର୍କ ରହିବ । ଯଦି କୌଣସି ବ୍ୟକ୍ତି ବିଦେଶ ଯାତ୍ରା ପାଇଁ ଯୋଜନା କରିଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ ।

Get real time updates directly on you device, subscribe now.