fbpx

BlackRock ସହ ଚୁକ୍ତି ସ୍ୱାକ୍ଷର କଲା Jio ଫାଇନାନସିଆଲ ସର୍ଭିସେସ୍‌, ଜାଣନ୍ତୁ କେଉଁ ବ୍ୟବସାୟରେ କରିବେ ପ୍ରବେଶ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଜିଓ ଫାଇନାନସିଆଲ ସର୍ଭିସେ, US ଆଧାରିତ ଏକ କମ୍ପାନୀ ବ୍ଲାକରକ୍ ଆଡଭାଇଜର୍ସ ସିଙ୍ଗାପୁର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି ଦୁଇ କମ୍ପାନୀ ମିଳିତ ଭାବେ ୫୦-୫୦ ପ୍ରତିଶତ ଶେୟାରରେ Joint Venture କରିବେ । ଏହି Joint Venture ୱେଲ୍‌ଥ ମ୍ୟାନେଜମେଣ୍ଟ ଏବଂ ବ୍ରୋକରେଜ୍ ବିଜନେସ୍ ପାଇଁ କାର୍ଯ୍ୟ କରିବ ।

ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂକୁ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ପକ୍ଷରୁ ଦିଆଯାଇଥିବା ସୂଚନାରୁ ପ୍ରକାଶ ଯେ ଏହି ନୂତନ କମ୍ପାନୀ ୱେଲ୍‌ଥ ମ୍ୟାନେଜମେଣ୍ଟ ଏବଂ ବ୍ରୋକରେଜ୍ କମ୍ପାନୀ ଭଳି କାର୍ଯ୍ୟ କରିବ । ଜିଓ ଫାଇନାନସିଆଲ ସର୍ଭିସେସ୍ ଅନୁଯାୟୀ ୨୦୨୩ ଜୁଲାଇ ୨୬ରେ ଏହି ପାର୍ଟନରଶିପର ମୂଳଦୁଆ ରଖାଯାଇଥିଲା । ଏହି Joint Venture, asset ମ୍ୟାନେଜମେଣ୍ଟ ଇଣ୍ଡଷ୍ଟ୍ରିରେ ପରିବର୍ତ୍ତନ ଆଣିବ । ଏହା ଅନ୍ତର୍ଗତ ଗ୍ରାହକଙ୍କୁ ନିବେଶ ସହ ଜଡ଼ିତ ଭିନ୍ନ ଭିନ୍ନ ପଦ୍ଧତି ଉପଲବ୍ଧ କରାଇବା ପାଇଁ ଚେଷ୍ଟା ରହିଛି । ଏଥିପାଇଁ ଡିଜିଟାଲ ଉତ୍ପାଦ ନିର୍ମାଣ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ୱେଲ୍‌ଥ ମ୍ୟାନେଜମେଣ୍ଟ ଏବଂ ବ୍ରୋକରେଜ୍ ବିଜନେସର ଲଞ୍ଚିଂ ରେଗୁଲେଟୋରୀର ଅନୁମୋଦନ ଉପରେ ନିର୍ଭର କରିବ । ସୋମବାର ଜିଓ ଫାଇନାନସିଆଲ ସର୍ଭିସେସର ଶେୟାର BSEରେ ପ୍ରାୟ ୪.୮୨% ହ୍ରାସ ପାଇ ୩୫୪.୪୦ ଟଙ୍କାରେ ବନ୍ଦ ରହିଥିଲା ।

Get real time updates directly on you device, subscribe now.