fbpx

କାନରେ ଇୟରଫୋନ୍ ବ୍ୟବହାର କରୁଥିଲେ ସାବଧାନ୍, ଭୋଗିପାରନ୍ତି ଏହି ସମସ୍ୟା

ଟେକ୍ନୋଲୋଜି ଏକ ବରଦାନ ସଦୃଶ୍ୟ ହୋଇଥିବା ବେଳେ ବେଳେବେଳେ ଏହା ଅଭିଶାପ ବି ପାଲଟିଯାଏ । ଗୋଟିଏ ପଟେ ଏହା ଆପଣଙ୍କ କାମକୁ ଅତି ସହଜ କରିଦେଉଛି କିନ୍ତୁ ଅନ୍ୟପଟେ ଏହାର ପାଶ୍ୱର୍ପ୍ରତିକ୍ରିୟା ଆପଣଙ୍କୁ ଅସୁବିଧାରେ ପକାଉଛି । ଆଜିକାଲି ଯୁଗରେ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ମୋବାଇଲ ରହିଛି ଓ ଏହାର ଅଧିକ ବ୍ୟବହାର ଗୀତ ଶୁଣିବା ପାଇଁ ବ୍ୟବହାର କରାଯାଉଛି । ଲୋକମାନେ ନିଜ କାନରେ ହେଡଫୋନ୍ ବା ଇୟରଫୋନ୍ ଲଗାଇ ବୁଲି ବୁଲି ଗୀତ ଶୁଣିବା ବା କଥା ହେବାକୁ ପସନ୍ଦ କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏପରି କରିବା ଦ୍ୱାରା ଆମ ଶରୀର ପାଇଁ କ’ଣ ଅସୁବିଧା ରହିଛି…

– ଆଜିର ଯୁବପିଢ଼ିରେ ଇୟରଫୋନର ଏତେ ନିଶା ଲାଗିଛି ଯେ, ଲୋକମାନେ ରାସ୍ତାରେ ଯିବାବେଳେ ହେଉ ବା କାର, ବାଇକ୍ ଚଳାଇବା ବେଳେ ଇୟରଫୋନରେ ଉଚ୍ଚସ୍ୱରରେ ଗୀତ ଶୁଣିବାକୁ ପସନ୍ଦ କରୁଛନ୍ତି । ଏଭଳି ପରିସ୍ଥିତିରେ ଦୁର୍ଘଟଣା ହେବାର ଅଧିକ ସମ୍ଭାବନା ରହିଛି । ଅନେକ ଦୁର୍ଘଟଣା କାନରେ ଇୟରଫୋନ୍ ବ୍ୟବହାର ଦ୍ୱାରା ହୋଇଥିବା ବୋଲି ପ୍ରତିଦିନ ଖବରକାଗଜରେ ପ୍ରକାଶିତ ମଧ୍ୟ ହେଉଛି ।

– ଯଦି ଆପଣ ସୀମିତ ସମୟରୁ ଅଧିକ ସମୟ ପର୍ଯ୍ୟନ୍ତ ଇୟରଫୋନ୍ ବ୍ୟବହାର କରୁଛନ୍ତିି, ତେବେ ଆପଣଙ୍କ କାନରେ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ଅନ୍ୟର ଇୟରଫୋନ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ସଂକ୍ରମଣ ହୋଇପାରେ । ସେଥିପାଇଁ ଅନ୍ୟ ଇୟରଫୋନ ବ୍ୟବହାର କରିବା ପୂର୍ବରୁ ତାହାକୁ ଭଲଭାବରେ ସଫା କରନ୍ତୁ ।

– ଯେଉ ଲୋକମାନେ ଉଚ୍ଚ ସ୍ୱରରେ ଗୀତ ଶୁଣୁଛନ୍ତି, ସେମାନଙ୍କ କାନରେ ଯନ୍ତ୍ରଣା ହୋଇପାରେ । ଅନେକ ଥର ଇୟରଫୋନ୍ ଆମ କାନରେ ଫିଟ୍ ହୁଏ ନାହିଁ, ତଥାପି ଆମେ ତାକୁ ଜବରଦସ୍ତ ପୁରାଇଥାଉ । ଏହା ବ୍ୟତୀତ, ଦୀର୍ଘ ସମୟ ଧରି ସଙ୍ଗୀତ ଶୁଣିବା ମଧ୍ୟ ଆପଣଙ୍କ କାନରେ ସମସ୍ୟା ହୋଇପାରେ । ଉଚ୍ଚ ଶବ୍ଦ କାନକୁ ନଷ୍ଟ କରିପାରେ ଓ ଆପଣଙ୍କ କାନରେ ଯନ୍ତ୍ରଣା ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.