fbpx
BJD
BJD SKY
BJD SKY

ଅଧିକ ସମୟ Earbud ବ୍ୟବହାର କରୁଥିଲେ ସାବଧାନ୍! ଶ୍ରବଣ ଶକ୍ତି ହରାଇଦେଲେ ଯୁବକ

BJD

ନୂଆଦିଲ୍ଲୀ: ଟେକ୍ନୋଲୋଜି ଯେତିକି ଯେତିକି ଆଗକୁ ବଢ଼ୁଛି, ଯୁବପୀଢ଼ିଙ୍କ ମଧ୍ୟରେ ତା’ର କୁପ୍ରଭାବ ସେହି ଅନୁପାତରେ ବଢ଼ିବାରେ ଲାଗିଛି । ଆଜିକାଲି ଅଳ୍ପ ବୟସର ପିଲାମାନେ ଘଣ୍ଟା ଘଣ୍ଟା ଧରି କାନରେ ଇୟରବଡ ଦେଇ ଗୀତ ଶୁଣିବା, ପୋଡକାଷ୍ଟ ଶୁଣିବା, ଭିଡିଓ ଗେମ୍ ଖେଳିବା, ଫିଲ୍ମ ଦେଖିବା, କଥାହେବା ଆଦି ସବୁ କାମ କରୁଛନ୍ତି । ତେବେ ନିଜର ଆବଶ୍ୟକତାଠାରୁ ଅଧିକ ବ୍ୟବହାର ଜଣଙ୍କର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

ସୂଚନା ମୁତାବକ, ମାତ୍ରାଧିକ ଇୟରବଡ ବ୍ୟବହାର କରିବା କାରଣରୁ ଜଣେ ୧୮ ବର୍ଷୀୟ ଯୁବକ ନିଜର ଶ୍ରବଣ ଶକ୍ତି ହରାଇଛନ୍ତି । ଉତ୍ତରପ୍ରଦେଶର ଗୋରଖପୁରରୁ ଆସିଛି ଏପରି ଏକ ଭୟଙ୍କର ଘଟଣା । ଘଣ୍ଟା ଘଣ୍ଟା ଧରି ଇୟରବଡ ବ୍ୟବହାର କରୁଥିବାରୁ ଏହି ଯୁବକଙ୍କ କାନ ସଂକ୍ରମିତ ହେବା ସହ ସେ ଶ୍ରବଣ ଶକ୍ତି ହରାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ସର୍ଜରୀ କରାଯିବା ପରେ ଯୁବକଙ୍କ ଜଣଙ୍କ ଏବେ ନିଜର ଶ୍ରବଣ ଶକ୍ତି ଫେରି ପାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.