fbpx

ସାବଧାନ : ସକାଳୁ ଉଠି ଫୋନ ଚଲାଇଲେ ହୋଇପାରେ ଏଭଳି ସମସ୍ୟା, ଜାଣିନିଅନ୍ତୁ ଶରୀରରେ କ’ଣ ପଡେ ପ୍ରଭାବ

ଭୁବନେଶ୍ୱର : ବର୍ତ୍ତମାନ ଯୁଗରେ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଅଛି । ଲୋକମାନେ ଯୁଆଡେ ବି ଯାଆନ୍ତୁ ନା କାହିଁକି ସାଥିରେ ମୋବାଇଲ ନେବାକୁ ଭୁଲନ୍ତି ନାହିଁ । ଏମିତିକି ଲୋକେ ବାଥରୁମକୁ ଗଲେ ମଧ୍ୟ ସାଙ୍ଗରେ ମୋବାଇଲ ନେଇ ଯାଆନ୍ତି । ଖାଇବା ବେଳେ , ଶୋଇବା ବେଳେ , ଗୋଧୋଇବା ବେଳ ହେଉ କି ବୁଲିବା ବେଳେ ସେମାନଙ୍କ ପାଖରେ ସବୁ ବେଳେ ମୋବାଇଲ ଥାଏ । ଅନେକ ଲୋକ ସକାଳୁ ଉଠିବା ମାତ୍ରେ ମୋବାଇଲ ଚଲାଇବା ଆରମ୍ଭ କରନ୍ତି । କିଛି ଲୋକ ସକାଳୁ ଉଠୁଉଠୁ ବିଛଣା ଉପରେ ହିଁ ଘଣ୍ଟା ଘଣ୍ଟା ସମୟ ଧରି ମୋବାଇଲ ଚଲାନ୍ତି । ତେବେ ଏଭଳି ଅଭ୍ୟାସ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣମାନେ ବି ଏମିତି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ , ନହେଲେ ଏହି ଅଭ୍ୟାସ ଆପଣଙ୍କ ଶରୀର ଉପରେ ଅନେକ କୁପ୍ରଭାବ ପକାଇବ ।

ଆଜିକାଲି ଲୋକମାନେ ମୋବାଇଲକୁ ନିଜ ମୁଣ୍ଡ ଉପରେ କିମ୍ବା ତକିଆ ତଳେ ରଖି ଶୋଇଯାଉଛନ୍ତି । ଯାହାଫଳରେ ଶରୀର ଉପରେ ଏହାର ଅନେକ କୁପ୍ରଭାବ ପଡିଥାଏ । ମୋବାଇଲରୁ ବାହାରୁଥିବା ରେଡିଏସନ୍, ଯାହା କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ହୋଇପାରେ । ତେବେ ସକାଳୁ ଉଠି ମୋବାଇଲ ଚଲାଇବା କାହିଁକି ଅନୁଚିତ ଆସନ୍ତୁ ଜାଣିବା ।

–  ଅନେକ ଲୋକ ୮ରୁ ୯ ଘଣ୍ଟା ଶୋଇବା ପରେ ମଧ୍ୟ ମାନସିକ ଚାପ ଅନୁଭବ କରନ୍ତି ଏବଂ ଭାବନ୍ତି ଯେ ତାଙ୍କ ସହ ଏଭଳି କାହିଁକି ହେଉଛି ? ବାସ୍ତବରେ ଏହା ପଛର କାରଣ ହେଉଛି ଆପଣଙ୍କ ଫୋନ । ଯେତେବେଳେ ଆପଣ ସକାଳୁ ଉଠି ଫୋନ ଦେଖନ୍ତି, ସେଥିରେ ଏମିତି କିଛି ଜିନିଷ ଥାଏ ଯାହା ଆପଣଙ୍କର ଚିନ୍ତା ବଢାଇବା ସହ ମସ୍ତିଷ୍କ ଉପରେ ଚାପ ମଧ୍ୟ ପକାଇଥାଏ । ଏହି କାରଣରୁ ନକରାତ୍ମକ ବୃଦ୍ଧି ଘଟେ ଓ ଆପଣଙ୍କୁ ଚାପଗ୍ରସ୍ତ ଅନୁଭବ ହୁଏ ।

–  ଆପଣ ବେଳେ ବେଳେ ଅନୁଭବ କରୁଥିବେ ଯେ ନିଜେ ସତେଜ ରହିବା ପରେ ମଧ୍ୟ କୌଣସି କାମରେ ମନ ଲାଗେନାହିଁ । ଏହାସହ ଆପଣ ଆକ୍ଟି ଭ ଅନୁଭବ କରନ୍ତି ନାହିଁ । ତେବେ ଏହା କେଉଁଠି ନା କେଉଁଠି ସକାଳୁ ଉଠି ମୋବାଇଲ ଚଲାଇବା କାରଣରୁ ହୋଇଥାଏ ।

–  ସକାଳୁ ଉଠି ଆପଣ ଯେତେବେଳେ ଫୋନ ଦେଖନ୍ତି, ସେହି ସମୟରେ ଅନେକ ଥର ନକରାତ୍ମକ ଓ ଖରାପ ମେସେଜ ଦେଖିବାକୁ ମିଳିଥାଏ । ସେହି ମେସେଜକୁ ଦେଖିବା ପର ଠାରୁ ଆପଣଙ୍କ ମୁଡ୍ ଖରାପ ହେବା ସହ ମାନସିକ ସ୍ୱସ୍ଥ୍ୟ ଉପରେ ମଧ୍ୟ ଏହାର କୁପ୍ରଭାବ ପକାଇଥାଏ ।

– ଏହାସହ ସକାଳୁ ଉଠି ଘଣ୍ଟା ଘଣ୍ଟା ଫୋନ ଚଲାଇବା ଦ୍ୱାରା ମୁଣ୍ଡବିନ୍ଧା ଓ ମୁଣ୍ଡ ଭାରି ଭାରି ଲାଗିବା ଭଳି ଅନେକ ସମସ୍ୟା ଆପଣଙ୍କ ଶରୀରରେ ଦେଖାଦେବ ।

Get real time updates directly on you device, subscribe now.