fbpx

ସାବଧାନ୍! ବଦଳୁଛି ପୃଥିବୀର ଗତିବିଧି… କର୍ମଫଳ ଭୋଗିବ ମଣିଷଜାତି, ବଦଳିଯିବ ଦିନ-ରାତି

ଓଡ଼ିଶା ଭାସ୍କର: ମଣିଷ ନିଜ କଲା କର୍ମର ଫଳ ପାଇବ, ଯାହାର ପୂର୍ବ ସଂକେତ ଦେଉଛି ପୃଥିବୀ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ମାନବ ସମାଜକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ପାରେ ।ଏଥିପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବା ପାଇଁ ପୃଥିବୀ ଚେତାବନୀ ଦେଉଛି । ଆଗାମୀ କେଇଟା ଦିନ ଭିତରେ ମଣିଷ ପୂର୍ବରୁ କରିଥିବା ଭୁଲ ପାଇଁ ପୃଥିବୀର ସମସ୍ତ ଜୀବଜନ୍ତୁ ଏହାର ପରିଣାମ ଭୋଗିବେ ବୋଲି ସଂକେତ ମିଳିସାରିଛି । ଏହାର ପ୍ରଭାବ ଏବେ ପୃଥିବୀର ଗତି ଉପରେ ମଧ୍ୟ ପରିଲକ୍ଷିତ ହେଉଛି । ପୃଥିବୀର ଗତି ଏବେ ଦିନକୁ ଦିନ କମ୍ ହେଉଥିବା ଏକ ଅଧ୍ୟୟନରେ ଜାଣିବାକୁ ମିଳିଛି । ଯାହା ଆଗକୁ ଭୟଙ୍କର ରୂପ ଦେଖାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି ଯେ, ପାଣିପାଗରେ ପରିବର୍ତ୍ତନର ପ୍ରଭାବ ଖୁବ ମହଙ୍ଗା ହୋଇପାରେ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀର ଗତିରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି । ପୋଲର ରିଜନରେ ବରଫ ତରଳୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି । ଜଳର ପ୍ରବାହ କେବଳ ଇକ୍ୱେଟର ଆଡକୁ ରହିଛି, ତେଣୁ ପୃଥିବୀର ଦ୍ରବ୍ୟମାନ ଅସନ୍ତୁଳିତ ହେବାକୁ ଲାଗିଛି । ପୃଥିବୀର ମନ୍ଥରତା ଏବଂ ଏହାର ଅକ୍ଷରେ ପରିବର୍ତ୍ତନ ହେତୁ ଦିନରାତିର ଅବଧି ମଧ୍ୟ ବଦଳୁଛି ବୋଲି ଅଧ୍ୟୟନରୁ ଜଣାଯାଉଛି । ପୃଥିବୀର ଅକ୍ଷଠାରୁ ବହୁ ଦୂରରେ ରହିଥିବାରୁ ପୃଥିବୀର ଗତି ମନ୍ଥର ହେବାରେ ଲାଗିଛି । ଏହାର ପରିଣାମ ମଧ୍ୟ ଏବେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହେଉଛି ।

ନୂଆ ଅଧ୍ୟୟନ ଅନୁସାରେ, ପୃଥିବୀର ଉତ୍ତର ଏବଂ ଦକ୍ଷିଣ ଧ୍ରୁବରେ ଅବସ୍ଥିତ ଗ୍ରୀନଲାଣ୍ଡ ଏବଂ ଆଣ୍ଟର୍କଟିକା ଅଞ୍ଚଳରେ ଦ୍ରୁତ ଗତିରେ ବରଫ ତରଳିବାରେ ଲାଗିଛି । ଏହାର ପାଣି ଭୂମଧ୍ୟ ରେଖାକୁ ସିଫ୍ଟ ହଉଛି । ଏହାଦ୍ୱାରା ପୃଥିବୀର ଦ୍ରବ୍ୟମାନବୃଦ୍ଧି ପାଉଛି ଏବଂ ପୃଥିବୀର ଗତି ମନ୍ଥର ହେବାରେ ଲାଗିଛି । ଯାହା ଫଳରେ ଦିନ ଲମ୍ବା ଏବଂ ରାତି ଛୋଟ ହେଉଛି । ତେବେ ଏଥିରେ ପରିବର୍ତ୍ତନ ନହେଲେ ଭବିଷ୍ୟତରେ ପରିସ୍ଥିତି ଆହୁରି ଖରାପ ହେବ ବୋଲି ଆଶଙ୍କା କରାଯାଉଛି । ଅଧ୍ୟୟନ ରିପୋର୍ଟ ଅନୁଯାୟୀ, ୧୯୦୦ ପରଠାରୁ ଜଳବାୟୁ ପରିବର୍ତ୍ତନ ହେତୁ ଦିନ ୦.୮ ମିଲିସେକେଣ୍ଡରେ ପରିଣତ ହୋଇଛି ଏବଂ ଯଦି ଗ୍ରୀନ୍ହାଉସ୍ ଗ୍ୟାସ୍ ନିର୍ଗମନ ମଧ୍ୟ ବୃଦ୍ଧି ପାଇଛି । ତେବେ ୨୧୦୦ ବର୍ଷ ସୁଦ୍ଧା କେବଳ ଜଳବାୟୁ ପରିବର୍ତ୍ତନ ହେତୁ ଦିନ ୨.୨ ମିଲି ସେକେଣ୍ଡରେ ପରିଣତ ହେବା ନେଇ ଏହି ଅଧ୍ୟୟନରେ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.