fbpx

ସାବଧାନ! ରାସ୍ତାରେ ଫାଟିଯିବ ଗାଡ଼ି ଟାୟାର, କାହିଁକି? ଏହି ଗ୍ୟାସ ଭରିବା ସବୁଠାରୁ ଲାଭଦାୟକ

ଓଡ଼ିଶା ଭାସ୍କର: ରାସ୍ତାରେ ଗାଡ଼ି ଚଳାଉଥିବା ବେଳେ ସତର୍କ ରହିବା ନିତ୍ୟାନ୍ତ ଆବଶ୍ୟକ । ବିଭିନ୍ନ କାରଣରୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଗାଡ଼ି ଚାଳକ । ଦୁର୍ଘଟଣା ବ୍ୟତୀତ ଗାଡ଼ିରେ ମଧ୍ୟ କିଛି ସମସ୍ୟା ଦେଖା ଦେଇଥାଏ । ତେଣୁ ପ୍ରବଳ ଗରମରେ ତାତିଥିବା ରାସ୍ତା ଉପରେ ଗାଡ଼ି ଚଳାଇବା ଖୁବ ବିପଦଜନକ ହୋଇପାରେ । ବିଶେଷ କରି ଖରାଦିନେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିର ଟାୟାର ଫାଟିବାର ସମ୍ଭାବନା ବୃଦ୍ଧି ହୋଇଯାଏ । ତେବେ କାହିଁକି? ଏ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନ ଭିତରେ ରହିଥିବ । ଆସନ୍ତୁ ଜାଣିବା ଗରମ ସଡ଼କରେ ଯିବାବେଳେ କାହିଁକି ବର୍ଷ କରେ ଗାଡ଼ିର ଟାୟାର…

ଗରମ ଦିନରେ ବିଶେଷ କରି ଦ୍ୱିପ୍ରହରରେ ସଡ଼କରେ ଯିବା ସମୟରେ ଗାଡ଼ି ଟାୟାର ଫାଟିବା ଘଟଣା ବୃଦ୍ଧି ପାଇଥାଏ । କାରଣ ବାହାରେ ଅଧିକ ଗରମ ରହିଲେ ଏବଂ ତାପମାତ୍ରା ବୃଦ୍ଧି ହେଲେ, ଏହି ଅତ୍ୟଧିକ ଗରମ ଟାୟାର ଭିତରେ ଚାପ ସୃଷ୍ଟି କରେ । ତେଣୁ ଲଗାତାର ଗରମରେ ରହିବା ଯୋଗୁଁ ଡାମରର ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଥାଏ । ପ୍ରବଳ ଗରମ ରାସ୍ତାରୁ ଲଗାତାର ବୃଦ୍ଧି ପାଉଥିବା ଗରମ ଟାୟାର ଭିତରେ ‘ହାୱା’କୁ ମଧ୍ୟ ଗରମ କରିଦିଏ । ଏହାଫଳରେ ଟାୟାର ଭିତରେ ମଧ୍ୟ ଚାପବୃଦ୍ଧି ହୁଏ । ଫଳରେ ଟାୟାରର ସଂରଚନା କମ୍ ହୋଇଥାଏ ଏବଂ ଫାଟିବାର ସମ୍ଭାବନା ମଧ୍ୟ ବୃଦ୍ଧି ହୁଏ ।

ତେବେ ଗରମ ଥିବା ରାସ୍ତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ବାରଣ କରାଯାଏ । ଏହାଦ୍ୱାରା ଟାୟାର ମଧ୍ୟ ଗରମ ହେବାର ଅଧିକ ସମ୍ଭାବନା ମଧ୍ୟ ରହିଛି । ଏହି ଗରମ ଏବଂ ଗାଡ଼ି ଓଜନ ମିଶି ଟାୟାର ମଧ୍ୟରେ ଅତ୍ୟଧିକ ଚାପ ସୃଷ୍ଟି କରିଥାଏ, ଯାହା ଫଳରେ ଟାୟାର ଫାଟିବାର ସମ୍ଭାବନା ମଧ୍ୟ ବୃଦ୍ଧି ହୋଇଥାଏ ।

ଉପଚାର:

  • ଗରମ ସଡ଼କରେ ଦୀର୍ଘ ସମୟ ପର୍ଯ୍ୟନ୍ତଗାଡ଼ି ଚଳାନ୍ତୁ ନାହିଁ । କିଛି ସମୟ ବ୍ୟବଧାନରେ ଏହାକୁ ରୋକି ଗାଡ଼ିକୁ ବିଶ୍ରାମ ଦେବା ଉଚିତ୍ ।
  • ନିୟମିତ ଭାବରେ ଟାୟରର ପ୍ରେସର ଯାଞ୍ଚ କରିବା ଉଚିତ ।
  • ଗରମ ସମୟରେ ଅତି କମ୍ ରେ ଥରେ ଟାୟାରର ପ୍ରେସରର ଯାଞ୍ଚ କରନ୍ତୁ ।

Get real time updates directly on you device, subscribe now.