fbpx
BSKY
BJD MC SKY
BJD YOUTH SKY

Google Chrome ବ୍ୟବହାର କରୁଥିଲେ ସାବଧାନ! ସରକାରୀ ଏଜେନ୍ସି ପକ୍ଷରୁ ଚେତାବନୀ

ନୂଆଦିଲ୍ଲୀ: ଗୁଗଲ କ୍ରୋମ ହେଉଛି ଏକ ଲୋକପ୍ରିୟ ୱେବ ବ୍ରାଉଜର ଯାହାକୁ ଅନେକ ଲୋକ ବ୍ୟବହାର କରିଥାନ୍ତି । ତେବେ ଆପଣ ଗୁଗଲ କ୍ରୋମ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ଏହାକୁ ନେଇ ବର୍ତ୍ତମାନ ଭରତ ସରକାରଙ୍କର ଏଜେନ୍ସି ପକ୍ଷରୁ ଚେତାବନୀ ଜାରୀ କାଯାଇଛି । ତେବେ ଏହି ଚେତାବନୀ ଖାସ୍ କରି ଡେକ୍ସଟପ୍ ୟୁଜର୍ସମାନଙ୍କ ପାଇଁ ଜାରୀ କରାଯାଇଛି ।

ଇଣ୍ଡିଆନ୍ କମ୍ପ୍ୟୁଟର ଇର୍ମଜେନ୍ସି ରେସ୍ପନ୍ସ ଟିମ୍ (CERT-IN) ପକ୍ଷରୁ ଚେତାବନୀ ଦିଆଯାଇ କୁହାଯାଇଛି ଯେ ଗୁଗଲ କ୍ରୋମରେ କିଛି ସମସ୍ୟା ଦେଖାଦେଇଛି । ଯାହାଦ୍ୱାରା ହ୍ୟାକର୍ସମାନେ ଅତି ସହଜରେ କମ୍ପ୍ୟୁଟର ହ୍ୟାକ କରିବା ସହ,ଆପଣଙ୍କ ଆଇଡି ଚଲାଇବାର ଅନୁନତି ମଧ୍ୟ ପାଇ ପାରିବେ । ଏହା CERT-IN IT Ministry ଅନ୍ତର୍ଗତରେ ଆସିଥାଏ । ତେବେ ସାଇବର୍ ଏଜେନ୍ସିଙ୍କ କହିବା ଅନୁଯାୟୀ ଏହି ସମସ୍ୟା ଗୁଗଲ କ୍ରୋମରେ ଅନେକ କାରଣରୁ ସୃଷ୍ଟି ହୋଇଛି । ଯାହାର ଫାଇଦା ଉଠାଇ ହ୍ୟାକର୍ସମାନେ ସିଷ୍ଟମକୁ ଅରପଟେଡ୍ ରିକ୍ୟୁଏଷ୍ଟ ପଠାଇ ପରିବେ । ଏଥିସହିତ ଅଟୋକୋର୍ସ ଆବ୍ରିଟାରୀ କୋଡ ରିକ୍ୟୁଏଷ୍ଟ ପଠାଇ  ସିଷ୍ଟମର ସିକ୍ୟୁରିଟି କନେକ୍ସନ ବାଇପାସ୍ କରି ପରିବେ । ତେବେ ଗୁଗଲ କ୍ରୋମରେ ଦେଖାଦେଇଥିବା ଏହି
ସମସ୍ୟା (CVE-୨୦୨୨-୨୮୫୬) ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି ।

କିପରି ରହିବେ ସତର୍କ: ଏହି ସମସ୍ୟାରୁ ବଞ୍ଚିବା ପାଇଁ ଗୁଗୁଲ କ୍ରୋମ ଆପ୍ କୁ ଅପଡେଟ୍ କରି ର ନୂଆ ଭର୍ସନକୁ ଡାଉନଲୋଡ କରନ୍ତୁ । ତେବେ ଏହା ପୂର୍ବରୁ CERT-IN Apple iOS, iPadOS, macOS,ରେ ଥିବା ବକ୍ସକୁ ନେଇ ମଧ୍ୟ ଚେତାବନୀ ଜାରି କରିଥିଲେ । ତେଣୁ ୟୁଜର୍ସମାନେ ଗୁଗଲ କ୍ରୋମକୁ ତୁରନ୍ତ ଅପଡେଟ୍ କରି ତାର ନୂଆ ଭର୍ସନ ଡାଉନଲୋଡ କରନ୍ତୁ ।

Get real time updates directly on you device, subscribe now.