fbpx

#BoycottLiger ଉପରେ ବିଜୟ ଦେବରାକୋଣ୍ଡାଙ୍କ ଜବାବ, ଏହାକୁ ନେଇ ମନରେ କୌଣସି ଡର ନାହିଁ

ନୂଆଦିଲ୍ଲୀ: ସଂପ୍ରତି ବୟକଟକୁ ନେଇ ବଲିଉଡ ଚିନ୍ତିତ। ବୟକଟ୍ କାରଣରୁ ବକ୍ସ ଅଫିସରେ ଧରାଶାୟୀ ହୋଇ ଚାଲିଛି ଗୋଟିଏ ପରେ ଗୋଟିଏ ଫିଲ୍ମ। ଏହାକୁ ନେଇ ନିର୍ମାତାଙ୍କ ଅକଲ ଗୁଡୁମ। ଏବେ ବିଜୟ ଦେବରାକୋଣ୍ଡା ଏବଂ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଫିଲ୍ମ ଲାଇଗର ଲଗାତାର ଚର୍ଚ୍ଚାରେ ରହିଛି। ଫିଲ୍ମର ଗୀତ ଆଫତ ରିଲିଜ୍ ସହିତ ଭାଇରାଲ୍ ହୋଇ ଯାଇଛି। ମାତ୍ର ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ହ୍ୟାସ୍ ଟ୍ୟାଗ୍ #BoycottLiger ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଛି। ଏହାକୁ ନେଇ ନିର୍ମାତା ଚିନ୍ତାରେ ପଡି ଯାଇଛନ୍ତି। ଗତ କିଛି ଦିନରେ ସମସ୍ତ ବଲିଉଡ ଫିଲ୍ମକୁ ବୟକଟର ଶିକାର ହେବାକୁ ପଡିଛି। ଯାହା ପରେ ଫିଲ୍ମର ବ୍ୟବସାୟ ଉପରେ ଏହାର ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି।
ବୟକଟ୍ ହେବାର କାରଣ କଣ ?

ଏବେ ହ୍ୟାସଟ୍ୟାଗ୍ #BoycottLiger ରେ ଟୁଇଟ୍ କରୁଥିବା ୟୁଜର୍ସ Ligerକୁ ବୟକଟ୍ କରିବାର ଭିନ୍ନ ଭିନ୍ନ କାରଣ କହୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଫିଲ୍ମକୁ ବୟକଟ୍ କରାଯିବା ପଛର କାରଣ ଫିଲ୍ମଟି କରଣ ଜୋହରଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ ହୋଇଛି। ଆଉ କେହି ହେଉଛନ୍ତି ବିଜୟ ଦେବରାକୋଣ୍ଡା ବଲିଉର ଅଭିନେତ୍ରୀଙ୍କ ସହ ଅଭିନୟ କରିଛନ୍ତି।

ଏବେ ପୂରା ମାମଲାକୁ ନେଇ ବିଜୟ ଦେବରାକୋଣ୍ଡା କହିଛନ୍ତି, ତାଙ୍କୁ ବୟକଟର କୌଣସି ଭୟ ନାହିଁ। ବୟକଟକୁ ନେଇ ମୋତେ କିଛି ଫରକ ପଡେନି। ମୁଁ ବହୁତ ପରିଶ୍ରମ କରି ନିଷ୍ଠାର ସହ ଏହି ଫିଲ୍ମରେ କାମ କରିଛି। ସେ କହିଛନ୍ତି, ଯେବେ ଆପଣ ଠିକ୍ ଥାଆନ୍ତି ତେବେ କାହାର କଥା ଶୁଣିବାର ଆବଶ୍ୟକତା ନାହିଁ। ବିଜୟ କହିଛନ୍ତି, ଆମେ ସମସ୍ତେ ଏହି ଦେଶର। ଦେଶ ପାଇଁ ଆମକୁ କିଛି କରିବାର ଅଛି। ସେ ସେହି ଲୋକଙ୍କ ମଧ୍ୟରେ ନାହାନ୍ତି ଯିଏ କେବଳ ନିଜର କମ୍ପ୍ୟୁଟର ସାମ୍ନାରେ ବସି କାହା ବିରୋଧରେ ଟୁଇଟ୍ କରନ୍ତି।

Get real time updates directly on you device, subscribe now.