fbpx

ଡିଜିଟାଲ ପେମେଣ୍ଟ କରୁଥିଲେ ସାବଧାନ! କଟିବ ଟଙ୍କା

ନୂଆଦିଲ୍ଲୀ,୨୭ ।୮: କରୋନା ସଙ୍କଟ ସମୟରେ ଲୋକମାନେ ବ୍ୟାଙ୍କ ବି ଏଟିଏମ ନଯାଇ ସମସ୍ତ କାମ ଡିଜିଟାଲ ମାଧ୍ୟମରେ କରିବାକୁ ପସନ୍ଦ କରୁଛନ୍ତି । ଡିଜିଟାଲ ଦିନୁଆରେ ଛୋଟରୁ ବଡ ସମସ୍ତ ପେମେଣ୍ଟ ଅନଲାଇନରେ କରୁଛନ୍ତି । ଯଦି ଆପଣ ମାସକୁ ୨୦ରୁ ଅଧିକ ଥର ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ଟଙ୍କା ପୈଠ କରୁଥାନ୍ତି ତେବେ ଆପଣଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ । ଏହାର ଆରମ୍ଭ ପ୍ରାୟ ସମସ୍ତ ପ୍ରାଇଭେଟ୍ ବ୍ୟାଙ୍କ କରିସାରିଲେଣି ଓ ୨.୫ରୁ ୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି । ତେବେ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ୟୁପିଆଇ ମାଧ୍ୟମରେ ପେମେଣ୍ଟ ନିଃଶୁଳ୍କ ହୋଇଥାଏ, ମାତ୍ର ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଅଯଥା ନେଣଦେଣ ରୋକିବା ପାଇଁ ଅତିରିକ୍ତ ଚାର୍ଜ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ଅଯଥାରେ ଟଙ୍କା ନେବାଦେବା କରୁଥିବା ବ୍ୟକ୍ତିମାନେ ସାବାଡ ହୋଇଯିବେ ।

ତେବେ ଗୁଗଲ ପେ, ଫୋନ୍ ପେ ଓ ପେଟିଏମ୍ ଭଳି କମ୍ପାନୀ ୟୁଜର୍ସଙ୍କୁ ପୁରସ୍କାର ଦେଉଥିବାରୁ ଲୋକମାନେ ଅନ୍ଲାଇନ୍ ପେମେଣ୍ଟ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ମାତ୍ର କିଛି ଲୋକ ପୁରସ୍କାର ଟଙ୍କା ପାଇବାକୁ ନିଜ ନିଜ ଭିତରେ ଟଙ୍କା ଆଦାନପ୍ରଦାନ କରୁଛନ୍ତି । ଫଳରେ ସିଷ୍ଟମ୍ ଉପରେ ଲୋଡ୍ ବଢ଼ୁଛି । ଏହାକୁ ରୋକିବାକୁ ପ୍ରାଇଭେଟ୍ ବ୍ୟାଙ୍କ ଶୁଳ୍କ ଲଗାଇବା ପାଇଁ ଯୋଜନା ଚଳାଇଛନ୍ତିି ।

Get real time updates directly on you device, subscribe now.