fbpx

ସାବଧାନ୍! କାହିଁକି ବଢୁଛି କରୋନା? ୮୪ ଦେଶରେ ବୃଦ୍ଧି ପାଇଲାଣି କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ଲୋକଙ୍କ ମନରୁ ଭୟ ଚାଲିଯିବା ପରେ ଏବେ ପୁଣିଥରେ ଫେରୁଛି ମାହାମରୀ । ପୁଣିଥରେ ବିଭିନ୍ନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାପରେ ଏବେ ପ୍ରଶ୍ନ ଉଠିଛି, ପ୍ରକୃତରେ କରୋନା ଭୂତାଣୁ ଶେଷ ହୋଇଛି ନା ଆହୁରି ବିପଦ ହୋଇ ଫେରୁଛି ମହାମାରୀ? କାରଣ ବର୍ତ୍ତମାନ ଆମେରିକା ସମେତ ୮୪ଟି ଦେଶରେ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱର ଅନେକ ଦେଶ ଏବେ ଏହାକୁ ନେଇ ଚେତାବନୀ ଜାହିର କରିଛନ୍ତି ।

ଆମେରିକାର ହ୍ୱାଇଟ ହାଉସ ତରଫରୁ କୁହାଯାଇଛି ଯେ, ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଲସ୍ ବେଗାସ୍ ଯାତ୍ରା ସମୟରେ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣର ଅଳ୍ପ କିଛି ଲକ୍ଷଣ ଅନୁଭବ କରୁଥିବା ଜାଣିବାକୁ ମିଳିଛି । ଆମେରିକାରେ କୋଭିଡ-୧୯ର ନୂଆ କେପି.୩ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆମେରିକାରେ ଜୁନ୍ ୨୩ ତାରିଖରୁ ଜୁଲାଇ ୬ ତାରିଖ ମଧ୍ୟରେ କରୋନା ମାମଲାର ୩୬.୯ ପ୍ରତିଶତ କେପି,୩ ଭାରିଆଣ୍ଟ ହୋଇଥିବା କହିଛି ସିଡିସିର ରେକର୍ଡ । ଆମେରିକା ସହିତ କାଲିଫର୍ଣ୍ଣିଆ, ମେରୀଲାଣ୍ଡ ଏବଂ ଟେକ୍ସାସ ଆଦି ଦେଶରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଦେଖାଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ନେଇ ସତର୍କ ସୂଚନା ଜାରି କରିସାରିଛି ।

କାହିଁକି ବଢୁଛି ସଂକ୍ରମଣ?

ଡା. ଯୁଗଳ କିଶୋରଙ୍କ କହିବା ଅନୁଯାୟୀ, ଏହି ଋତୁରେ ଅନେକ ପ୍ରକାରର ଜୀବାଣୁ ମଧ୍ୟ ସକ୍ରିୟ ହୋଇଥାନ୍ତି। ସେପଟେ କୋଭିଡ୍ ଭାଇରସ୍ ମଧ୍ୟ ରହିତିବାରୁ କିଛି ଲୋକ ଏଥିରେ ସଂକ୍ରମିତ ହୁଅନ୍ତି । ତେବେ ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କୋଭିଡ୍ ଆଗକୁ ଆଉ ବିପଜ୍ଜନକ ହୋଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । କରୋନା ଭାଇରସର ବିଭିନ୍ନ ଭାରିଆଣ୍ଟ ଗୋଟିଏ ପରେ ଗୋଟିଏ ଚିହ୍ନଟ ହେଉଛି । କୋଭିଡ ଜୀବାଣୁ ସମୟ ସହିତ ଦୁର୍ବଳ ହୋଇଯାଇଛି, ଡା. ଯୁଗଳ କିଶୋର ସୂଚନା ଦେଇଛନ୍ତି । ତେବେ କୋଭିଡ ସବୁଦିନ ପାଇଁ ସମାପ୍ତ ବୋଲି ଭାବିବା ଉଚିତ୍ ନୁହେଁ । ତେଣୁ ଯଦି କୌଣସି କ୍ଷେତ୍ରରେ ମାମଲା ବୃଦ୍ଧି ହୁଏ, ତେବେ ସ୍ଥାନୀୟ ଲୋକମାନେ ସାବଧାନ ହେବା ଆବଶ୍ୟକ ।

Get real time updates directly on you device, subscribe now.