fbpx
BSKY SKY
BSKY SKY

Video: ବିଜୟ ଚୌକରେ ପାଳିତ ହେଲା ବିଟିଂ ଦ ରିଟ୍ରିଟ୍, ଆକାଶରେ କମାଲ କଲେ ୧୦୦୦ ସ୍ୱଦେଶୀ ଡ୍ରୋନ

BSKY

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମହା ସମାରୋହରେ ପାଳିତ ହୋଇ ଯାଇଛି ବିଟିଂ ଦ ରିଟ୍ରିଟ୍ । ବିଜୟ ଚୌକରେ ପାଳିତ ହୋଇଥିବା ଏହି ସମାରୋହ ଉତ୍ସବରେ ୧୦୦୦ରୁ ଅଧିକ ମେଡ ଇନ ଇଣ୍ଡିଆ ଡ୍ରୋନ କମାଲ ଦେଖାଇଥିଲେ । ଏହି ଅବସରରେ ଭାରତ ସରକାରଙ୍କ ପକ୍ଷରୁ ଆଜାଦୀ କା ଅମ୍ରିତ ମହୋତ୍ସବ ମଧ୍ୟ ପାଳିତ ହୋଇଥିଲା ।

କାହିଁକି ପାଳିତ ହୁଏ ବିଟିଂ ଦ ରିଟ୍ରିଟ୍: ବିଟିଂ ଦ ରିଟ୍ରିଟ ହେଉଛି ଯୋଦ୍ଧା ମାନଙ୍କୁ ସମ୍ମାନ ପ୍ରଦାନ କରିବାର ଏକ ପୁରାତନ ପରମ୍ପରା । ପୁରାତନ କାଳରେ ସୈନ୍ୟ ମାନେ ସୂର୍ଯ୍ୟାସ୍ତ ପରେ ଯୁଦ୍ଧ ଭୂମିରୁ ବିଦାୟ ନେଉଥିଲେ । ସମାନ ଢଙ୍ଗରେ ଧ୍ୱଜା ବା ଜାତୀୟ ପତାକା ଅପସାରଣ ପରେ ନିଜ ନିଜ କ୍ୟାମ୍ପକୁ ଫେରିଥାନ୍ତି ଯବାନ । ଏହାକୁ ଏକ ଉତ୍ସବ ଭାବରେ ପାଳନ କରିବା ପାଇଁ ବିଟିଂ ଦ ରିଟ୍ରିଟ ପାଳନ କରାଯାଇଥାଏ । ବିଭିନ୍ନ ବୀରବାଦ୍ୟ ସହିତ ଏହି ଉତ୍ସବକୁ ପାଳନ କରାଯାଏ ।

ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ରହିଥିଲା ଡ୍ରୋନ । ୧୦୦୦ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଡ୍ରୋନ ୧୦ ମିନିଟ କାଳ ଆକାଶରେ ଚମକ୍ରାର ପ୍ରଦର୍ଶନ କରିଥିଲେ । ୟୁକେ, ଋଷିଆ ଏବଂ ଚୀନ ପରେ ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିପାରିଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ । ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ମୂହୂର୍ତ୍ତ ଯେ, ଏକାସାଙ୍ଗରେ ୧୦୦୦ ଡ୍ରୋନ ଚମକ୍ରାର କଳା କୌଶଳ ପ୍ରଦର୍ଶନ କରିଛନ୍ତି । ଏହି ଡ୍ରୋନକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଇଆଇଟି ଛାତ୍ରମାନେ ୬ ମାସ ଧରି ପରିଶ୍ରମ କରିଥିଲେ ।

ବିଜ୍ଞାନ ଓ ବୈଷୟିକ କୌଶଳ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥରାଶି ମଞ୍ଜୁର କରାଯାଇଥିଲା । ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ନାରା ଆଧାରରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ଏହାକୁ ଯୋଜନା କରାଯାଇଥିଲା । ଷ୍ଟାର୍ଟଅପ୍ ବଟଲାବ୍ ଡାଇନାମିକ୍ସ ପକ୍ଷରୁ ଏହି ଡ୍ରୋନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସହଯୋଗ କରିଥିଲା ଆଇଆଇଟି ଦିଲ୍ଲୀ ।

Get real time updates directly on you device, subscribe now.