fbpx

ଏକାଠି ନଜର ଆସିବେ ହ୍ରିତିକ, ସଲମାନ, ଶାହାରୁଖ: ଦର୍ଶକଙ୍କୁ ମିିଳିବ ‘ଆଭେଞ୍ଜର ଏଣ୍ଡଗେମ୍’ ଭଳି ଅନୁଭୂତି

ମୁମ୍ବାଇ: ‘ପଠାନ’ ରେ ଶାହାରୁଖ ଖାନ୍ ଙ୍କ ଚରିତ୍ର, ‘ଟାଇଗର’ ରେ ସଲମାନ ଖାନଙ୍କ ଚରିତ୍ର ଏବଂ ହ୍ରିତିକ ରୋଶନଙ୍କ ‘କବୀର’ ଚରିତ୍ରକୁ ଏକାଠି ଦେଖିବାକୁ ଅପେକ୍ଷା କରିଛନ୍ତି ଫ୍ୟାନ୍ । ଏହାରି ମଧ୍ୟରେ ଅନୁମାନ କରାଯାଉଛି ଯେ ହ୍ରିତିକ ରୋଶନ ‘ପଠାନ’ କିମ୍ବା ‘ଟାଇଗର-୩’ ରେ ନଜର ଆସିପାରନ୍ତି । ଏହା ମଧ୍ୟ ସ୍ପଷ୍ଟ ଯେ ଶାହାରୁଖ ଖାନ ‘ଟାଇଗର-୩’ରେ କ୍ୟାମିଓ କରିବେ ସେହିଭଳି ସଲମାନ ମଧ୍ୟ ଫିଲ୍ମ ‘ପଠାନ’ରେ ନଜର ଆସିବେ । ମିଡିଆ ରିପୋର୍ଟ ଅନୁଯାୟୀ ହ୍ରିତିକ୍ ‘ୱାର-୨’ ପରେ ଏହି ପ୍ରୋଜେକ୍ଟରେ ଯୋଗଦେବେ ।

ରିପୋର୍ଟ ଅନୁଯାୟୀ ‘ପଠାନ’, ‘ଟାଇଗର-୩’ ର ସ୍କ୍ରିପ୍ଟ ଅନୁଯାୟୀ ହ୍ରିତିକଙ୍କ ଚରିତ୍ର ‘ପଠାନ’ କିମ୍ବା ‘ଟାଇଗର-୩’ ରେ ନଜର ଆସିପାରିବ ନାହିଁ । କିନ୍ତୁ ଆଦିତ୍ୟ ଚୋପ୍ରା ଏଭଳି ଭାବରେ ନିଜର ଜାସୁସି ଫ୍ରାଞ୍ଚାଇଜି ତିଆରି କରୁଛନ୍ତି ଯାହାଦ୍ୱାରା ୩ ଚରିତ୍ର ପରସ୍ୱର ସହ ଭେଟ ହୋଇପାରିବେ । କିନ୍ତୁ ଏହା କେବଳ ‘ୱାର-୨’ ପରେ ସମ୍ଭବ ହୋଇପାରିବ ଏଥିପାଇଁ ପ୍ରଥମରୁ ଯୋଜନା ରହିଆସିଛି ।

କ୍ୟାଟ୍ରିନା କୈଫ୍ ଏବଂ ଦୀପିକା ପାଦୁକୋଣଙ୍କ ପରି ବଲିଉଡ ଅଭିନେତ୍ରୀ ସଲମାନ ଏବଂ ଶାହାରୁଖଙ୍କ ସହ କାମ କରୁଥିବା ଆଦିତ୍ୟ ଚୋପ୍ରାଙ୍କ ଜାସୁସି ଫ୍ରାଞ୍ଚାଇଜିର ଫିଲ୍ମ ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ହୋଇପାରେ । ସୂତରୁ ଜଣାପଡ଼ିଛି ଯେ ୟଶ ରାଜ ଫିଲ୍ମ ଦର୍ଶକଙ୍କୁ ବିଶେଷ ଉପହାର ଦେବାକୁ ଚାହୁଛି ଯେଉଁଥିରେ ଭାରତୀୟ ସିନେମାର ଇତିହାସରେ ତିନି ବଡ଼ ସୁପରଷ୍ଟାର ଏକାଠି ନଜର ଆସିବେ । ଏହା ଉପରେ ଏବେ କାମ ଚାଲୁ ରହିଛି । ଦର୍ଶକ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଉଛି । ଏହାମ ମଧ୍ୟ କୁହାଯାଉଛି ଆଦିତ୍ୟ ଚୋପ୍ରାଙ୍କୁ ଜଣାଅଛି ଯେ ଏହି ତିନି ଜାସୁସ ଚରିତ୍ରର ଅନସ୍କ୍ରିନ ଭେଟ ଦର୍ଶକଙ୍କୁ ‘ଆଭେଞ୍ଜର ଏଣ୍ଡଗେମ୍’ ର ଅନୁଭୂତି ଭଳି ହେବ । ତେଣୁ ଦର୍ଶକଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିବ ।

Get real time updates directly on you device, subscribe now.