fbpx

(Video) Captain ସୂର୍ଯ୍ୟକୁମାରଙ୍କୁ ସୁନ୍ଦର ଉପହାର: Baseball ଟିମ୍ ୟାନକିଜ ଦେଲା ବଡ଼ ସମ୍ମାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପରେ ବଦଳିଛି ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ଭାଗ୍ୟ । ପ୍ରଥମେ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଭାବରେ ତାଙ୍କୁ ନିଯୁକ୍ତ କରାଯାଇଛି । ଏହାପରେ ଆମେରିକାର ଏକ ବେସବଲ୍ ଟିମ୍ ୟାନକିଜ ତରଫରୁ ସୂର୍ଯ୍ୟକୁମାରଙ୍କୁ ସମ୍ମାନିତ କରାଯାଇଛି । ଆମେରିକା ଗସ୍ତରେ ଥିବା ସୂର୍ଯ୍ୟକୁମାରଙ୍କୁ ଏହି ବିଶେଷ ଉପହାର ଦେଇ ସମ୍ମାନିତ କରିଛି ୟାନକିଜ । ଉପହାରରେ ସୂର୍ଯ୍ୟକୁମାରଙ୍କୁ ଏକ ସ୍ପେଶାଲ ଜର୍ସି ପ୍ରଦାନ କରିଛି ଦଳ । ଏହି ଜର୍ସିରେ ସୂର୍ଯ୍ୟକୁମାରଙ୍କ ନାମ ସହିତ ତାଙ୍କ ଜର୍ସି ନମ୍ବର(୬୩) ମଧ୍ୟ ଲେଖା ହୋଇଥିବା ଦେଖିବାକୁ ମିଳିଛି ।

ନ୍ୟୁୟର୍କରେ ଟି-୨୦ ବିଶ୍ୱକପ ଆୟୋଜନ ପରେ ଏଠାରେ କ୍ରିକେଟ ଏବଂ ଦେଶର କ୍ରିକେଟରମାନଙ୍କୁ ନୂଆ ପରିଚୟ ମିଳିଛି । ଏହାମଧ୍ୟରେ ଭାରତର ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆମେରିକା ଗସ୍ତ କରି ଷ୍ଟାଡିୟମରେ ମଧ୍ୟ ପହଞ୍ଚିଥିଲେ । ଏହାଦ୍ୱାରା ଦୁନିଆର ଦୁଇଟି ଲୋକପ୍ରିୟ ଖେଳ ମଧ୍ୟରେ ସୁନ୍ଦର ସମ୍ପର୍କ ସ୍ଥାପନ ହୋଇଛି । ଏହି ଅବସରରେ ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ସମ୍ବର୍ଦ୍ଧିତ କରିଛି ଆମେରିକାର ପ୍ରସିଦ୍ଧ ବେସବଲ୍ ଟିମ୍ ୟାନକିଜ । ସୂର୍ଯ୍ୟକୁମାରଙ୍କୁ ଟିମର ଏକ ଜର୍ସି ଉପହାର କରିଛି ଦଳ । ଏହି ଜର୍ସିରେ ସୂର୍ଯ୍ୟକୁମାରଙ୍କ ନାମ ସହ ତାଙ୍କର ଜର୍ସି ନମ୍ବର ମଧ୍ୟ ଲେଖା ହୋଇଛି । ୟାନକିଜ ଦଳର ଏହି କାର୍ଯ୍ୟ ସମସ୍ତଙ୍କୁ ବନ୍ଧୁତାର ବାର୍ତ୍ତା ଦେଇଛି ।

 

View this post on Instagram

 

A post shared by New York Yankees (@yankees)

ଏହାପୂର୍ବରୁ ଟି-୨୦ ବିଶ୍ୱକପ ପାଇଁ ସୂର୍ଯ୍ୟକୁମାର ଆମେରିକାର ୟୁଏସଏ ଗସ୍ତ କରିଥିଲେ । ଏଠାରେ ନ୍ୟୁୟର୍କର ନାସାଉ କାଉଣ୍ଟି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଗ୍ରୁପ ଷ୍ଟେଜ ମ୍ୟାଚ ଖେଳିଥିଲା ଟିମ ଇଣ୍ଡିଆ । ନ୍ୟୁୟର୍କରେ ପାକିସ୍ତାନ, ଆୟରଲାଣ୍ଡ ଏବଂ ୟୁଏସଏ ବିପକ୍ଷରେ ମ୍ୟାଚ୍ ଖେଳିଥିବା ବେଳେ କାନାଡ଼ା ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା । ଟି-୨୦ ବିଶ୍ୱକପରେ ରୋହିତ ଶର୍ମାଙ୍କ ଅବସର ପରେ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି । ଅଧିନାୟକ ଭାବେ ପ୍ରଥମ ସିରିଜରେ ଶ୍ରୀଲଙ୍କାକୁ ଭେଟି ସିରିଜକୁ କ୍ଲିକ ସ୍ୱିପ କରିବାରେ ସଫଳ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ।

Get real time updates directly on you device, subscribe now.