fbpx
BJD SKY
BJD SKY

BECIL ରେ ବମ୍ପର ଭ୍ୟାକେନ୍ସୀ: ୧୦ମ, ଗ୍ରାଜୁଏଟଙ୍କ ପାଇଁ ସରକାରୀ ଚାକିରିର ସୁବର୍ଣ୍ଣ ସୁଯୋଗ, ଜଲଦୀ କରନ୍ତୁ ଆବେଦନ

BJD

ବ୍ରଡକାଷ୍ଟିଂ ଇଞ୍ଜିନିୟରିଂ କନ୍ସଲେଣ୍ଟଟସ ଇଣ୍ଡିଆ ଲିମିଟେଡରେ ଏହି ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ ବିଇସିଆଇଏଲର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏହି ପଦରେ ପାଇଁ ଆବେଦନ ପ୍ରକ୍ରିୟା ୧ ଏପ୍ରିଲ ଠାରୁ ଆରମ୍ଭ ହୋଇଛି ।

ଆବେଦନର ଶେଷ ତାରିଖ: ୨୧ ଏପ୍ରିଲ ୨୦୨୨

BECIL ଖାଲି ଥିବା ସମୁଦାୟ ପଦ-୮୬:

ଏମଟିଆର(ମେଡିକାଲ ରେକର୍ଡ ଟେକ୍ନସିଆନ)- ୩୪ ପଦ

କ୍ୟାସିୟର-୬ ପଦ

ସିନିୟର ମେକାନିକ୍-୧ ପଦ

ଟେକ୍ନିସିଆନ-୪୧ ପଦ

ରେଡିଓଗ୍ରାଫିକ୍ ଟେକ୍ନିସିଆନ ଜିଆର୨-୧ ପଦ

ଲ୍ୟାବ୍ ଆଟେଣ୍ଡାଣ୍ଟ୍ ଜିଆ ୨-୩ ପଦ

ଯୋଗ୍ୟତା:

ଲ୍ୟାବ୍ ଆଟେଣ୍ଡାଣ୍ଟ୍: କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ୱାଦଶ କିମ୍ବା ଡିପ୍ଲୋମା ପାସ୍ ହୋଇଥିବା ଦରକାର

କ୍ୟାସିୟର: କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କମର୍ସ ରେ ଡିଗ୍ରୀ ଥିବା ଆବଶ୍ୟକ

ସିନିୟର ମେକାନିକ୍: ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟରୁ ୧୦ମ/ଆଇଟିଆଇ/ଡିପ୍ଲୋମା ଥିବା ଦରକାର ।

ଅନ୍ୟାନ୍ୟ ପଦ: ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ/ବିଶ୍ୱବିଦ୍ୟାଳୟରୁ ବିଏସସି/ଦ୍ୱାଦଶ/ଡିପ୍ଲେମା ଥିବା ଦରକାର ।

ବୟସସୀମା:

ଏମଟିଆର- ୧୮-୩୦ ବର୍ଷ

ଟେକ୍ନିସିଆନ-୨୫-୩୫ ବର୍ଷ

ଲ୍ୟାବ୍ ଆଟେଣ୍ଡାଣ୍ଟ-ଜିଆର୨- ୧୮-୨୭ ବର୍ଷ

କ୍ୟାସିୟର-୨୧-୩୦

ରେଡିଓଗ୍ରାଫିକ ଟେକ୍ନିସିଆନ ଗ୍ରେଡ ୧- ୨୧-୩୫ ବର୍ଷ

ସିନିୟର ମେକାନିକ୍-୧୮ରୁ ୪୦ ବର୍ଷ

ଆବଦେନ ଫିସ୍: ସାଧାରଣ ଏବଂ ଓବିସି ବର୍ଗଙ୍କ ପାଇଁ ୭୫୦ ଟଙ୍କା ଥିବାବେଳେ ଅନ୍ୟ ସଂରକ୍ଷଣ ବର୍ଗ ପାଇଁ ଫିସ୍ ରେ ଛାଡ଼ କରାଯିବ ।

ଦରମା: ଚୟନ ହେବା ପରେ ପଦ ଅନୁଯାୟୀ ୧୯,୯୦୦ ଟଙ୍କାରୁ ୨୩,୫୫୦ ଟଙ୍କା ପର୍ଯ୍ୟନ୍ତ ଦରମା ରହିବ ।

ଏହାଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ କିମ୍ବା ଏହି ଲିଙ୍କରେ ଯାଇ ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.