fbpx
BSKY
BJD SHG SKY
BJD YOUTH SKY

ମାନସ ସ୍ୱାଇଁ ହତ୍ୟା ମାମଲା: ଚାନ୍ଦବାଲି JMFC କୋର୍ଟରେ ହାଜର ହେଲେ ୪ ଅଭିଯୁକ୍ତ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ଶର୍ମିଷ୍ଠାଙ୍କୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ଆଣି କ୍ରାଇମ ସିନ୍ ରିକ୍ରିଏସନ କରିବା ସହ ଅଧିକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସତ ମଧ୍ୟ ମାନିଛନ୍ତି ଅନ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ମଧ୍ୟ ସତ ମାନିଛନ୍ତି ।

ସେପଟେ ଆଜି ରିମାଣ୍ଡ ଅବଧି ସରୁଥିବାରୁ କୋର୍ଟରେ ହାଜର ହୋଇଛନ୍ତି ୪ ଅଭିଯୁକ୍ତ । ଏଥିପାଇଁ ଗିରଫ ୪ ଅଭିଯୁକ୍ତଙ୍କୁ ନେଇ ଚାନ୍ଦବାଲିରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.