fbpx
BSKY
BJD MC SKY
BJD MS SKY

ମୋଦୀଙ୍କ ପରେ କିଏ? UP ଦଖଲ ପରେ ବଢ଼ୁଛି ଯୋଗୀଙ୍କ ପାୱାର, ହୋଇପାରନ୍ତି BJPର ଭବିଷ୍ୟତର ଚେହେରା

ନୂଆଦିଲ୍ଲୀ: ନିକଟରେ ପ୍ରକାଶ ପାଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ମଧ୍ୟରୁ ୪ଟି ବିଜେପି ସପକ୍ଷରେ ଯାଇଥିଲା । ୪ଟି ରାଜ୍ୟରେ ଭାଜପା ସରକାର ଗଠନ କରିଥିଲେ ହେଁ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଦେଶର ସର୍ବୃହତ ସଂସଦୀୟ କ୍ଷେତ୍ର ଉତ୍ତର ପ୍ରଦେଶର ମେଗା ଫାଇଟ୍ । ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରେ ବିଜେପିର ଥାର୍ଡ ମାଷ୍ଟ ପାୱାରଫୁଲ ଲିଡର ପାଲଟି ଯାଇଛନ୍ତି । କାରଣ ଏହା ପୂର୍ବରୁ ବିଜେପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୧ ନମ୍ବର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ୨ ନମ୍ବର ଲିଡର ବୋଲି ଗଣାଯାଉଥିଲା ।

ତେବେ ୟୁପି ଦଖଲ ପରେ ଦେଶରେ ଯୋଗୀଙ୍କ ଲୋକପ୍ରିୟତା କାହିଁରେ କେତେ ବଢ଼ି ଯାଇଛି । ମୋଦୀଙ୍କ ପରେ ଯୋଗୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଦାବିଦାର ବୋଲି ଅନେକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଅନ୍ୟ ଢଙ୍ଗରେ ଦେଖିଲେ ମୋଦୀ ଲଗାତର ଦୁଇଥର କାର୍ଯ୍ୟଭାର ସମ୍ଭାଳିଲେଣି । ହୁଏତ ଭାଜପା ଭବିଷ୍ୟତରେ ଜଣେ ନୂଆ ଚେହେରାକୁ ଆଗକୁ ଆଣିପାରେ । ଯୋଗୀ ଭାରତବର୍ଷରେ ହିନ୍ଦୁତ୍ୱବାଦୀର ଏକ ବଡ଼ ଚେହେରା ଭାବେ ଉଭା ହୋଇଛନ୍ତି । ଏହାଛଡ଼ା ଲୋକପ୍ରିୟତା ଆଧାରରେ ଯୋଗୀ ଭାଜପାର ଅନ୍ୟ କିଛି ବରିଷ୍ଠ ନେତାଙ୍କଠାରୁ ବହୁ ଆଗକୁ ଯାଇ ସାରିଲେଣି । ତେଣୁ ଏପରି ଅନେକ କାରଣ ଯୋଗୀଙ୍କୁ ପିଏମ୍ ବନାଇବାରେ ଯଥେଷ୍ଟ ସହାୟତା କରିବ ।

କୋଭିଡ୍-୧୯ ସମୟରେ ଯୋଗୀ ଦିନ ରାତି ଜନତାଙ୍କ ସେବାରେ ବ୍ୟସ୍ତ ରହି ନିଜକୁ ରିଅଲ ପବ୍ଲିକ ଲିଡର ଭାବେ ପ୍ରମାଣିତ କରିଥିଲେ । ତେବେ ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ନିଜର ପ୍ରଶାସନିକ ଦକ୍ଷତାକୁ ଯଦିଓ ପ୍ରମାଣିତ କରିସାରିଛନ୍ତି, ତେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ବିଜେପିରେ ସମର୍ଥନ ମିଳୁଛି କି ନା ତାହା ସମୟ କହିବ । ବିଜେପିରେ ଅମିତ ଶାହ, ନୀତିନ ଗଡକରୀ, ଭେଙ୍କୟା ନାଇଡ଼ୁ, ରାଜନାଥ ସିଂହଙ୍କ ପରି ବହୁ ହେଭିୱେଟ୍ ରହିଛନ୍ତି । ଏପରି ସ୍ଥଳେ ଯୋଗୀ ଏହି ସମସ୍ତ ନେତାଙ୍କୁ ଅତିକ୍ରମ କରି ଟପ୍ ସିଟକୁ ଯିବା ବୋଧହୁଏ ମୁସ୍କିଲ ହୋଇ ନପାରେ, ମାତ୍ର ଏତେ ସହଜ ହେବନି । ଅନ୍ୟପକ୍ଷରେ ଆଦିତ୍ୟନାଥ ଆସନ୍ତା ୨୦୨୪ରେ ଭାରତର ପ୍ରଧାନମନ୍ତ୍ରୀ ହେବେ ବୋଲି ଯୋଗୀଙ୍କ ପିତା ଦେଇଥିବା ବୟାନ ଏ କ୍ଷେତ୍ରରେ ଖୁବ୍ ମହତ୍ତ୍ୱ ରଖୁଛି ।

Get real time updates directly on you device, subscribe now.