fbpx
BSKY
BJD SHG SKY
BJD YOUTH SKY

ଅନାସ୍ଥା ପ୍ରସ୍ତାବ ପରେ ଭଙ୍ଗ ହେଲା ପାକିସ୍ତାନ ସଂସଦ: ସୁପ୍ରିମକୋର୍ଟ ଯିବେ ବିରୋଧୀ

ନୂଆଦିଲ୍ଲୀ: ବିରୋଧୀ ଦଳଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦକୁ ଭାଙ୍ଗି ଦିଆଯାଇଛି । ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ସଂସଦ ଭଙ୍ଗ କରିବା ପାଇଁ ଇମ୍ରାନ ଖାନ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିବା ସହିତ ସଂସଦକୁ ଭଙ୍ଗ କରି ଦେଇଥିଲେ । ଏହି ଘଟଣା ପରେ ବିରୋଧୀଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ସହିତ ଆସନ୍ତା ୩ ମାସ ମଧ୍ୟରେ ନିର୍ବାଚନ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।

ବିରୋଧୀ ଦଳର ନେତୃତ୍ୱ ନେଉଥିବା ବିଲାୱାଲ ଭୁଟ୍ଟୋ କିନ୍ତୁ ଏହାକୁ ଅଣ ସାମ୍ବିଧାନିକ କହିଛନ୍ତି । ଭୁଟ୍ଟୋ କହିଛନ୍ତି ଅନାସ୍ଥା ପ୍ରସ୍ତାବ ଖାରଜ କରାଯିବା ନିଷ୍ପତ୍ତି ବିରୋଧରେ ଆମେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଏହା ସହିତ ଜଣେ ବି ବରୋଧୀ ଦଳ ସଦସ୍ୟ ସଂସଦ ଛାଡିବେ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଇମ୍ରାନ ଖାନ କହିଛନ୍ତି, ଏହି ସମସ୍ତ ଘଟଣା ପଛରେ ବିଦେଶୀ ଶକ୍ତିଙ୍କ ହାତ ରହିଛି । ଏହା ସହିତ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.