fbpx

କାଳ ସାଜିଲା ମହୁମାଛି !

AAKASH

ଉଦଳା,୧୦ ।୬(ଓଡିଶା ଭାସ୍କର): ମୃତ୍ୟୁର କାରଣ ପାଲଟିଲା ମହୁମାଛି । ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମହାମାଛି ଆକ୍ରମରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଉଦଳାର କପ୍ତିପଦା ଥାନା ଚେମଚେଟା ଗାଁ ନିକଟସ୍ଥ ଜଙ୍ଗଲରେ ଘଟିଯାଇଛି ।

ସୂଚନା ମୁତାବକ, ଚେମଚେଟା ଗାଁର ୭ ଜଣ ଲୋକ ମହୁ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । କିନ୍ତୁ ଜଙ୍ଗଲରୁ ମହୁ ସଂଗ୍ରହ ବେଳେ ଦୁର୍ଘଟଣା ବଶତଃ ସେମାନଙ୍କ ଉପରେ ମହୁମାଛିମାନେ ଆକ୍ରକଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହା ସହ ଅନ୍ୟ ୪ ଜଣ ସୁରକ୍ଷିତ ଭାବେ ଜଙ୍ଗଲରୁ ଫେରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.