fbpx

ଏଣିକି ଅଫିସ ଭିତରେ ଚାଲିପାରିବ ‘ବିୟର ଓ ୱାଇନ’ ପାର୍ଟି: ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଦ ହେଉଛି ଯୁବପୀଢ଼ିଙ୍କର ଆମୋଦ ପ୍ରମୋଦର ଏକ ପ୍ରକୃଷ୍ଟ ମାଧ୍ୟମ । ଅତ୍ୟଧିକ ମଦ୍ୟପାନ କାରଣରୁ ଅନେକ ନିରୀହ ଜୀବନ ଅକାଳରେ ଚାଲିଯାଉଥିଲେ ହେଁ ଏନେଇ କେହି ସଚେତନ ହେଉନାହାନ୍ତି । ସରକାରୀ ସ୍ତରରେ ମଦ୍ୟପାନ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ହେଁ ତାହାକୁ କେହି ମାନିବାକୁ ନାରାଜ । ଜନ୍ମଦିନ, ବିବାହ ସହିତ ବିଭିନ୍ନ ଉତ୍ସବ ଓ ପାର୍ଟିମାନଙ୍କରେ ମଦ ନହେଲେ ଲୋକଙ୍କର ଖୁସି ସତେ ଯେମିତି କମ୍ ହୋଇଯିବା ପରି ଲାଗେ ।

ତେବେ ଯଦି ଆପଣମନେ ମଦପ୍ରେମୀ ତେବେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଏଣିକି ଆପଣଙ୍କୁ ଅଫିସରେ ‘ମଦ ଓ ବିୟର’ ପାର୍ଟିରେ ସାମିଲ ହେବାକୁ ଏକ ସୁଯୋଗ ମିଳିପାରିବ । ଅନେକ ସମୟରେ ବହୁ ଅଫିସରେ କର୍ମଚାରୀମାନେ ପିକନିକ, ଭୋଜିଭାତ କରିବା ପାଇଁ ବାହାରକୁ ଯାଇଥାନ୍ତି । ଏପରି ସ୍ଥଳେ ସେମାନେ ସାଙ୍ଗରେ ଏହି ପାନୀୟ ନେବାକୁ ଜମାରୁ ଭୁଲନ୍ତିନାହିଁ । ତେବେ ଆପଣମାନେ ଥରେ ଭାବିଲେ ଯଦି ଅଫିସ ଭିତରେ ଏଭଳି ପାର୍ଟିର ଆୟୋଜନ ସମ୍ଭବ ହୁଅନ୍ତା, ତେବେ ଖରା, ବର୍ଷା ଦାୟରୁ ରକ୍ଷା ମିଳିପାରନ୍ତା । ଏଥିସହିତ ବହୁତ ସମୟ ମଧ୍ୟ ବଞ୍ଚିପାରନ୍ତା ।

ଆପଣମାନେ ଯଦି ଏପରି ଏକ ସୁଯୋଗ ଅପେକ୍ଷାରେ ରହିଛନ୍ତି, ତେବେ ସେଥିପାଇଁ ସରକାରଙ୍କ ତରଫରୁ ଏନେଇ ଅନୁମତି ପ୍ରଦାନ କରାଯାଇଛି । ହରିୟାଣା ସରକାର ନିକଟରେ ଅଫିସରେ ‘ବିୟନ ଓ ୱାଇନ’ ପାର୍ଟିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଅବକାରୀ ନୀତିରେ କିଛି ପରିବର୍ତ୍ତନ ଆଣିଛନ୍ତି । ପରିବର୍ତ୍ତିତ ନିୟମ ଅନୁଯାୟୀ, ବଡ଼ ବଡ଼ ଅଫିସ ବା କର୍ପୋରେଟ ଅଫିସମାନେ ନିଜ ପରିସର ମଧ୍ୟରେ ବିୟର, ୱାଇନ ପରି ଲୋ-କଣ୍ଟେଣ୍ଟ ଯୁକ୍ତ ଆଲକହଲ ଡ୍ରିଙ୍କ ବିକ୍ରି କରିପାରିବେ । ଏଥିସହିତ ରେଡି-ଟୁ-ଡ୍ରିଙ୍କ ଆଲକୋହଲିକ ବେଭରେଜ ବିକ୍ରି କରିବାର ସ୍ୱାଧିନତା ମଧ୍ୟ ରହିବ । ତେବେ ଏହି ସୁବିଧାକୁ ଆପଣାଇବାକୁ ଇଚ୍ଛୁକ ଥିବା ଅଫିସଗୁଡ଼ିକୁ ସରକାରଙ୍କ କିଛି ନିୟମ ମାନିବାକୁ ପଡ଼ିବ ।

Get real time updates directly on you device, subscribe now.