ଦେଶରୁ ମହୁମାଛି ଅପହରଣ କରାଯାଉଛି! ୧୨ ବର୍ଷରେ ଅପହରଣ ହେଲେଣି ୧୦ ଲକ୍ଷ, କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ!

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ : ଆପଣ ନିଶ୍ଚିତ ଭାବରେ ଲୋକଙ୍କୁ ଅପହରଣ କରାଯିବା ବିଷୟରେ ଶୁଣିଥିବେ । ବେଳେବେଳେ ଶତ୍ରୁତା ପାଇଁ ତ ଅନ୍ୟ କେତେବେଳେ ଚାଲାଣ ପାଇଁ ଅପହରଣ କରାଯାଏ । ଅନେକ ସମୟରେ ପିଲାମାନଙ୍କ ଅପହରଣ ମାମଲା ସାମ୍ନାକୁ ଆସେ । ଯାହାର କାରଣ ସମ୍ପୂର୍ଣ୍ଣ ସ୍ପଷ୍ଟ ଥାଏ । ପିଲାମାନଙ୍କୁ ଟାର୍ଗେଟ୍ କରି କିଡନାପ୍ କରାଯାଏ, ଯାହା ବଦଳରେ ସେମାନଙ୍କ ପରିବାରଠାରୁ ମୋଟା ଅଙ୍କର ଟଙ୍କା ଦାବି କରାଯାଏ । ଟଙ୍କା ନ ମିଳିଲେ ସେମାନଙ୍କୁ ବିକ୍ରି କରାଯାଏ ବା ଭିକ୍ଷା ବୃତ୍ତି ପାଇଁ ବାଧ୍ୟ କରାଯାଏ । କିମ୍ବା କୌଣସି କାରଖାନାରେ କାମ କରିବା ପାଇଁ ଚାଲାଣ କରାଯାଏ । କିନ୍ତୁ ବର୍ତ୍ତମାନ ମଣିଷ କିଡନାପ୍ ବ୍ୟତୀତ ମହୁମାଛି କିଡନାପିଂ ସଂଖ୍ୟା ବଢିଯାଇଛି । ବ୍ରିଟେନରେ ମହୁମାଛି ଅପହରଣ କରାଯାଉଥିବା ଜଣାପଡିଛି ।

ଆଜ୍ଞା ହଁ କଥାଟା ଅଡୁଆ ଲାଗୁଥିଲେ ମଧ୍ୟ, ଏକଦମ୍ ଠିକ୍ । ଏହି ଦେଶରେ ମହୁମାଛି ଅପହରଣ ଘଟଣା ବଢିବାରେ ଲାଗିଛି । ୨୦୧୧ ପରଠାରୁ ଏଠାରେ ଏକ ମିଲିୟନରୁ ଅଧିକ ମହୁମାଛି ଅପହରଣ କରାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ ୧୩୫ ଟି ମାମଲା ପଞ୍ଜିକୃତ ହୋଇଛି । ଏହି ଅପହରଣ ହେତୁ ବର୍ଷ ବର୍ଷ ଧରି ମହୁମାଛି ଚାଷ କରୁଥିବା ଅନେକ କୃଷକଙ୍କୁ ସେମାନଙ୍କ ବ୍ୟବସାୟ ବନ୍ଦ କରିବାକୁ ପଡିଛି । ମହୁମାଛି ଅଦୃଶ୍ୟ ହେତୁ ମହୁ ତିଆରି ହେଉ ନାହିଁ, ଯେଉଁଥିପାଇଁ ସେମାନେ କ୍ଷତି ସହୁଛନ୍ତି ।

ମହୁମାଛି ଅପହରଣ ହେତୁ ଅନେକ ଲୋକଙ୍କୁ ମହୁ ବ୍ୟବସାୟ ବନ୍ଦ କରିବାକୁ ପଡିଥିଲା। ଏନେଇ ଜଣେ କୃଷକ କହିଛନ୍ତି ଯେ ଗତ କୋଡିଏ ବର୍ଷ ମଧ୍ୟରେ ତାଙ୍କର ଅନେକ ରାଣୀ ଅପହରଣ ହୋଇଥିଲେ। ରାଣୀ ମହୁମାଛି ଅଦୃଶ୍ୟ ହେବା ମାତ୍ରେ ବାକି ମହୁମାଛି ମଧ୍ୟ ଅଦୃଶ୍ୟ ହୁଅନ୍ତି । ସେ କହିଛନ୍ତି ଯେ ଏହି ଅପହରଣକାରୀମାନେ ବହୁତ ଚତୁର । ସେମାନେ ଜାଣନ୍ତି ଯେ ରାଣୀ ମହୁମାଛି ନ ରହିଲେ ମହୁ ଚାଷ ହୋଇପାରିବ ନାହିଁ । ସେଥିପାଇଁ ସେମାନେ କେବଳ ମହୁମାଛି ଅପହରଣ କରୁଛନ୍ତି। ପୋଲିସ ଏହି ଅପହରଣକାରୀଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇ ନାହିଁ। ତେବେ ତଦନ୍ତ ବହୁ ବର୍ଷ ଧରି ଚାଲିଛି।

Get real time updates directly on you device, subscribe now.