fbpx

ଅନୁଷ୍କାଙ୍କ ମୋବାଇଲରେ ବିରାଟ ପତି ପରମେଶ୍ୱର ଆଉ ବିରାଟଙ୍କ ମୋବାଇଲ୍ ରେ ଅନୁଷ୍କା ଡାର୍ଲିଂ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ ବାଙ୍ଗାଲୁରରେ ଏକ ସ୍ପୋର୍ଟସ୍ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟରୁ କିଛି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ବହୁତ ମଜାଦାର ରହିଛି । ଏପରି ଏକ ଭିଡିଓରେ ଅନୁଷ୍କା ଶର୍ମା ଖୁଲାସା କରିଛନ୍ତି ଯେ, ସେ ନିଜ ଫୋନରେ ବିରାଟ କୋହଲିଙ୍କ ନମ୍ବର କେଉଁ ନାମରେ ସେଭ୍ କରିଛନ୍ତି । ତେବେ ଏଥିରେ ଏକ ଟ୍ୱିଷ୍ଟ ରହିଛି । ତେବେ ଏହି ଟ୍ୱିଷ୍ଟ ହେଉଛି ବିରୁଷ୍କା ଦମ୍ପତିଙ୍କୁ ଏହି ଇଭେଣ୍ଟରେ ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଭୁଲ୍ ଦେବାର ଥିଲା ।
୍ଣଯେତେବେଳେ ହୋଷ୍ଟ ବିରାଟଙ୍କୁ ତାଙ୍କ ନାମ ପଚାରିଥିଲେ ସେତେବେଳେ ବିରାଟ ମଜାରେ କହିଥିଲେ ଗଜୋଧର । ଏହାପରେ ଅନୁଷ୍କା ଶର୍ମାଙ୍କୁ ପଚରାଯାଇଥିଲା ଯେ, ସେ ନିଜ ପତିଙ୍କ ନମ୍ବର ନିଜ ଫୋନ୍ ରେ କେଉଁ ନାମରେ ସେଭ୍ କରିଛନ୍ତି । ଏହାର ଉତ୍ତରରେ ଅନୁଷ୍କା କହିଥିଲେ ‘ପତି ପରମେଶ୍ୱର’ । ପୁଣି ଅନୁଷ୍କା କହିଥିଲେ ଓ ଜୀ, ସୁନିଓ ଜୀ । ବିରାଟ କୋହଲିଙ୍କୁ ମଧ୍ୟ ଏହି ପ୍ରଶ୍ନ ପଚରାଯାଇଥିଲା ଯାହାର ଉତ୍ତରରେ ସେ କହିଥିଲେ ‘ଡାର୍ଲିଂ’ । ବିରାଟ ଓ ଅନୁଷ୍କାଙ୍କ ଏପରି ଜବାବ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥଲେ ଓ ବେଶ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ଦେଇଥିଲେ । ଦର୍ଶକଙ୍କ ପ୍ରତିକ୍ରୟା ଶୁଣି ବିରାଟ କହିଛନ୍ତି, ମୁଁ ଆପଣମାନଙ୍କୁ ଏଠାରେ ସଠିକ୍ ଜବାବ କହିବି ନାହିଁ । ବିରାଟଙ୍କ ଏପରି କଥା ଶୁଣି ଦର୍ଶକଙ୍କ ସହ ଅନୁଷ୍କା ମଧ୍ୟ ନିଜର ହସ ରୋକି ପାରି ନ ଥିଲେ ।
ଏହି ଇଭେଣ୍ଟରେ ଅନୁଷ୍କା ତାଙ୍କର ଅନ୍ୟ ଏକ ଫିଲ୍ମ ବ୍ୟାଣ୍ଡ ବାଜା ବାରାତର ଏକ ଡାଇଲଗ୍ କହିଥିଲେ । ଏହା ଉପରେ ବିରାଟ ରଣବୀର ସିଂହ ଷ୍ଟାଇଲ୍ରେ ଜବାବ ଦେଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଅନୁଷ୍କା କହିଥିଲେ, ପ୍ରେମ ଓ ବେପାରର ଯୋଡି କେବେ ହୋଇ ନ ଥାଏ । ନା ଭାଇ ମୁଁ ସିଙ୍ଗଲ ଅଛି ତ ଠିକ୍ ଅଛି । ଏହା ଉପରେ ବିରାଟ କୋହଲି ତୁରନ୍ତ ଜବାବ ଦେଇ କହିଥିଲେ ‘ବିିଜିନେସ୍ କରଲେ ମେରେ ସାଥ, ବ୍ରେଡ୍ ପକୋଡେ କି କସମ, କଭି ଧୋକା ନେହିଁ ଦୁଗାଁ ।’ ଏହି ସମୟରେ ଅନୁଷ୍କା ବିରାଟଙ୍କୁ ସେଲିବ୍ରେସନ ଅନ୍ଦାଜରେ ନକଲ କରୁଥିବାର ନଜର ଆସିଥିଲେ । ଅନୁଷ୍କା ଷ୍ଟେଜ୍ରେ ଜୋରରେ ଡେଇଁବା ସହ ଚିଲାଇବାରେ ଲାଗିଥିଲେ । ଏହାପରେ ସେ କହିଥିଲେ ବହୁ ସମୟରେ ବିରାଟ ବୋଲର ଠାରୁ ବି ଅଧିକ ଉତ୍ତେଜିତ ହୋଇଯାଇଥାନ୍ତି । ଏହାପରେ ବିରାଟ କହିଥିଲେ ଚାଲ୍ ବୈଠ ଯା, ବଡି ସରମ ଆତି ହୈ ବାଦ୍ ମେଁ ।

Get real time updates directly on you device, subscribe now.