fbpx

ମରିଗଲା ମାନବିକତା: ଝିଅ ଚାହୁଁ ନଥିବାରୁ ୨୦ ଦିନର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା

ବାଲେଶ୍ୱର: ମରିଗଲା ମାନବିକତା, ଝିଅ ପସନ୍ଦ ନଥିବାରୁ ମାତ୍ର ୨୦ ଦିନିର ଶିଶୁକନ୍ୟାକୁ ବିଷ ଦେଇଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରି ଥନା ଅଞ୍ଚଳରେ। ସୂଚନା ଅନୁସାରେ କନ୍ୟା ସନ୍ତାନ ଚାହୁଁନଥିବାରୁ ବ୍ୟକ୍ତି ଜଣକ ଶ୍ୱଶୁର ଘରେ ପଶି ୨୦ ଦିନର ଝିଅକୁ ମାରିଦେବାକୁ ଉଦ୍ୟମ କରିଥିଲେ। ଝିଅଟିର ଦେହରେ ବିଷ ଇଞ୍ଜେକସନ୍ ଫୋଡ଼ି ତାକୁ ମାରିବାକୁ ଚେଷ୍ଟା କରିଥିଲେ।

ତେବେ ଶିଶୁକନ୍ୟାଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ବିଷୟରେ ଖବର ପାଇ ନୀଳଗିରି ଥାନା ପୋଲିସ ପିଶାଚ ବାପାକୁ ଅଟକ ରଖିଛି।

Get real time updates directly on you device, subscribe now.