NPCIL ରେ ମ୍ୟାନେଜର ଏବଂ ଅନୁବାଦକ ପଦବୀରେ ନିଯୁକ୍ତି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଦେଶରେ ବେକାରୀଙ୍କ ସଂଖ୍ୟା କ୍ରମ ସହ ବଢିବାରେ ଲାଗିଛି । ଏଭଳି ସମୟରେ ସରକାରି ଚାକିରି ଆଶାୟୀଙ୍କ ପାଇଁ ଆସିଛି ଭଲ ଖବର । ଏନପିସିଆଇଏଲରେ ଶହେରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।ନ୍ୟୁକ୍ଲିୟର ର ପାୱାର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ଼(NPCIL)ରେ ଡ଼େପୁଟି ମ୍ୟାନେଜରଓ ଜୁନିୟର ହିନ୍ଦୀ ଅନୁବାଦଙ୍କ ପାଇଁ ୧୨୮ଟି ପଦବୀ ବାହାର କରାଯାଇଛି ।

ଆଜି ଆବେଦନର ଶେଷ ଦିନ ଅଟେ, ଯେଉଁମାନେ ଆବେଦନକରୀ ନାହାନ୍ତି ସେମାନେ ଏନପିସିଆଇଏଲ ଅଧିକାରୀଙ୍କ ୱେବସାଇଟ  npcilcareers.co.inକୁ ଯାଇ ଆବେଦନ କରି ପାରିବେ ।ଏହାର ସମୟ ଆଜି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଅଛି। ୨୦୨୩ ଏନପିସିଆଇଏଲ ପଦବୀରେ ମୋଟ ୧୨୮ଟି ପଦବୀ ପୂରଣର ସୁବୁଧା ରହିଛି , ଏଥିରେ ୪୮ଟି ପଦବୀ ଡ଼େପୁଟି ମ୍ୟାନେଜର(HR), ୩୨ଟି ପଦବୀ(Finance&Accounting), ୪୨ଟି ପଦବୀ ଡ଼େପୁଟି ମ୍ୟାନେଜର(C&MM), ୩୨ଟି ପଦବୀ ଡ଼େପୁଟି ମ୍ୟାନେଜର( Ligal)ଓ ୪ଟି ପଦବୀ ଜୁନିୟର ଅନୁବାଦ ସାମୀଲ ରହିଛିା

ଏଥିରେ ଡ଼େପୁଟି ମ୍ୟାନେଜର ପଦବୀ ପାଇଁ ଆବେଦନକାରିଙ୍କ ବୟସ ସୀମା ୧୮ ବର୍ଷରୁ ଉର୍ଦ୍ଧ ଏବଂ ୩୦ ବର୍ଷ ହୋଇଥିବା ଦରକାର । ସେହିପରି ହିନ୍ଦୀ ଅନୁବାଦକାରିଙ୍କ ପଦବୀ ପାଇଁ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବୋତ୍ତମ ୨୮ ବର୍ଷ ହୋଇଥିବା ଆବଶ୍ୟକ । ଜେନେରାଲ,ଇଡ଼ବ୍ଲୁଏସ ଏବଂ ଓବିସି ବର୍ଗର ଆବେଦନକାରୀ ମାନେ ୫୦୦ ଟଙ୍କା ଦେଇ ଡ଼େପୁଟି ମ୍ୟାନେଜର ପଦବୀ ପାଇଁ ଆବେଦନ କରିବେ , ଜୁନିୟର ହିନ୍ଦୀ ଅନୁବାଦକାରୀ ପଦବୀ ପାଇଁ ୧୫୦ ଟଙ୍କା ରହିଛି ଆବେଦନର ଶୁଳ୍କ । କିନ୍ତୁ ମହିଳା, ଏସସି, ଏସଟି, ଦିବ୍ୟାଙ୍ଗ, ପୂର୍ବତନ ଚାକିରିଆ ମାନଙ୍କ ପାଇଁ ଆବେଦନର ଶୁଳ୍କରେ କୌଣସି ଟଙ୍କା ନିଆଯିବ ନାହିଁ ।

Get real time updates directly on you device, subscribe now.