fbpx

ଦୁଇ ଗୋଷ୍ଠୀ ମଧ୍ୟରେ ଗ୍ୟାଙ୍ଗୱାରରେ ଦୁଇ ଗୁରୁତର, ପ୍ରଶାସନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ

ନୂଆଦିଲ୍ଲୀ:ଦିଲ୍ଲୀର ହାଇ ପ୍ରୋଫାଇଲ୍ ଓ ସବୁଠାରୁ ସୁରକ୍ଷିତ ମନେ କରାଯାଉଥିବା ତିହାର ଜେଲ୍ରେ ପୁଣି ଥରେ କଏଦୀଙ୍କ ମଧ୍ୟରେ ହିଂସା ଓ ରକ୍ତପାତର ଖବର ମିଳିଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ଏଠାରେ କଏଦୀଙ୍କ ଦୁଇ ଗ୍ରୁପ୍ ମଧ୍ୟରେ ଗ୍ୟାଙ୍ଗ ୱାର୍ ହୋଇଛି । ଏହି ହିଂସାରେ ଦୁଇ ଜଣ କଏଦୀ ଗମ୍ଭୀର ରୂପରେ ଆହତ ହୋଇଛନ୍ତି । ଜେଲ୍ ମଧ୍ୟରେ ହୋଇଥିବା ଏହି ହିଂସାକାଣ୍ଡ କାରଣରୁ ଜେଲ୍ ପରିସରରେ ବହୁ ମାତ୍ରାରେ ପୋଲିସ ଫୋର୍ସ ଉପସ୍ଥିତ ରହିଛନ୍ତି । ଧୀରେ ଧୀରେ ପରିସ୍ଥିତି ଉପରେ ନିୟନ୍ତ୍ରଣ ଆସିବା ସହିତ ଆହତଙ୍କୁ ଡିଡିୟୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

କୁହାଯାଉଛି ଏହି ଦୁଇ ଗ୍ରୁପର ସମସ୍ତ କଏଦୀ ସଙ୍ଗୀନ ମାମଲାରେ ବିଚାରଧୀନ ଅଛନ୍ତି । ଏହି ଦୁଇ ଗ୍ରୁପ୍ ସୋମବାର ସାମ୍ନାସାମ୍ନି ହୋଇଯିବା ପରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ଦୁଇ ଗ୍ରୁପ୍ ଅଲଗା ଅଲଗା ଗ୍ୟାଙ୍ଗ ସହ ଜଡିତ । ଏହି କଏଦୀମାନେ ତିହାର ଜେଲ୍ ମଧ୍ୟରେ ନିର୍ମିତ ମୁନିଆ ଛୁଞ୍ôଚ ସାହାଯ୍ୟରେ ପରସ୍ପରକୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଜେଲ୍ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ତିହାର ଜେଲ୍ ନମ୍ବର ୧ରେ ହୋଇଥିବା ଏହି ହିଂସା ଓ ରକ୍ତପାତ ପରେ ଜେଲ୍ ପ୍ରଶାସନ ଓ ସେଠିକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠିଛି । ଏହା ପୂର୍ବରୁ ମେ’ ୨ ତାରିଖରେ ଲରେନ୍ସ ବିଶ୍ନୋଇର ଗୁର୍ଗୋ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜପୁରିଆକୁ ତିହାର ଜେଲ୍ ମଧ୍ୟରେ ନିର୍ମମ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡ ସିସିଟିଭି ଫୁଟେଜ୍ ରେ କଭର ହୋଇଯାଇଥିଲା । ତେବେ ଏହି ଘଟଣାରେ ପୋଲିସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.