fbpx

ମୃତ୍ୟୁ ପୂର୍ବରୁ ମଣିଷକୁ ମିଳିଥାଏ ଏଭଳି ସଂକେତ: ଦେଖାଯାଏ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟ ପ୍ରକାର ଦୃଶ୍ୟ

ଜୀବନର ସବୁଠାରୁ ବଡ଼ ସତ ମୃତ୍ୟୁ ହୋଇଥାଏ। ଯିଏ ବି ଦୁନିଆକୁ ଆସିଛି ସେ ଦିନେ ନା ଦିନେ ମୃତ୍ୟୁ ସହିତ ଦୁନିଆ ଛାଡ଼ିବାକୁ ପଡ଼ିଥାଏ। କିନ୍ତୁ ମୃତ୍ୟୁ କେବେ ଏବଂ କେଉଁ ରୂପରେ ଆସିବ ତାହା କହିବା ସମ୍ଭବ ନୁହେଁ । ତେବେ କେବଳ ମୃତୁର ନିକଟତର ହେଉଥିବା ବ୍ୟକ୍ତି ହିଁ ଏହାକୁ ଅନୁଭବ କରିପାରିବେ । କାରଣ ସେମାନଭ୍କୁ ମୃତ୍ୟୁ ପୂର୍ବରୁ କିଛଇ ସଂକେତ ମିଳିଥାଏ । ସେମାନଭ୍କ ସହ ଏମିତି କିଛି ଭୟାନକ ଓ କଷ୍ଟଦାୟକ ଘଟଣା ଘଟିଥାଏ, ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ। ଶିବ ମହାପୁରଣରେ ଭଗବାନ ଶିବ ଉଭୟ ଜୀବନ ଓ ମୃତ୍ୟୁ ସହ ଜଡିତ ଅନେକ କଥା କହିଛନ୍ତି।

ଶିବ ପୁରାଣ ଏପରି ଲକ୍ଷଣ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା ମୃତ୍ୟୁ ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଦେଖାଯାଏ । ଏହି ଲକ୍ଷଣଗୁଡିକୁ ଦେଖିଲେ ଏହା ଜାଣିହେବ ଯେ ବ୍ୟକ୍ତିଙ୍କର ମୃତ୍ୟୁ ନିକଟତର ହୋଇଛି । ମୃତ୍ୟୁ ସହ ଜଡିତ ଏହି କଥାଗୁଡିକ ସମ୍ପର୍କରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଥିଲେ।

ଶିବପୁରାଣ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାକୁ ଯାଉଥିଲେ ହଠାତ୍ ତାଙ୍କ ଶରୀର ନୀଳ ହେବାକୁ ଲାଗିଥାଏ । କିମ୍ବା ଯଦି ଆପଣ ଏପରି ବ୍ୟକ୍ତିଙ୍କ ଶରୀରରେ ଏକ ଲାଲ୍ ଚିହ୍ନ ଦେଖନ୍ତି, ତେବେ ସେମାନେ ମୃତ୍ୟୁର ଖୁବ ନିକଟତର ହୋଇ ଯାଇଛନ୍ତି ।ଅର୍ଥାତ୍ ମାତ୍ର ୬ ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେବାର ସମ୍ଭାବନା ଅଛି ।

ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବା:

ଶିବପୁରାଣରେ କୁହାଯାଇଛି ଯେ ଯେତେବେଳେ ଜଣେ ବ୍ୟକ୍ତିର ଶରୀରର କିଛି ଅଂଶ କାମ ବନ୍ଦ କରିଦିଏ, ସେତେବେଳେ ଏପରି ବ୍ୟକ୍ତିଙ୍କ ପାଖରେ ବହୁତ କମ୍ ସମୟ ରହିଥାଏ । ଯଦି କୌଣସି ବ୍ୟକ୍ତିର ପାଟି, କାନ, ଆଖି, ଜିଭ ସଠିକ୍ ଭାବରେ କାମ କରେ ନାହିଁ, ତେବେ ବୁଝିଯାଆନ୍ତୁ ଯେ ସେହି ବ୍ୟକ୍ତିଙ୍କରମୃତ୍ୟୁ ପାଖେଇ ଆସୁଛି, ସେ ପ୍ରାୟ ୬ ମାସ ମଧ୍ୟରେ ମୃତ୍ୟୁବରଣ କରିପାରନ୍ତି ।

ମୁହଁ ଶୁଖିଯିବା:

ଅନେକ ଥର ଆପଣ ନିଶ୍ଚୟ ଦେଖିଥିବେ ଯେ ଜଣେ ବ୍ୟକ୍ତିଙ୍କର ବାମ ହାତ କ୍ରମାଗତ ଭାବରେ ଥରିବା ଆରମ୍ଭ କରେ କିମ୍ବା ଶରୀରର ଅନ୍ୟ କୌଣସି ଅଂଶ ଅନବରତ ଥରୁଥାଏ । କିନ୍ତୁ, ଯଦି କୌଣସି ବ୍ୟକ୍ତିର ବାମ ହାତ ଟ୍ୱିଚ୍ ହୁଏ କିମ୍ବା ପାଟି ଭିତରେ ଥିବା ତାଳୁର ଉପର ଅଂଶ ଶୁଖିବା ଆରମ୍ଭ କରେ, ତେବେ ଏହିପରି ବ୍ୟକ୍ତିଙ୍କ ଭୀବନରେ ମାତ୍ର ୧ ମାସ ସମୟ ବାକି ଅଛି ।

ଛାଇ ଦେଖା ନଯିବା:

ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ସମୟ ନିକଟତର ହେବାକୁ ଲାଗେ, ସେହି ବ୍ୟକ୍ତି ଜଳ, ତେଲ, ଘିଅ କିମ୍ବା ଦର୍ପଣରେ ତାଙ୍କର ପ୍ରତିଫଳନ ଦେଖିବା ବନ୍ଦ କରିଦିଅନ୍ତି । ଶିବପୁରାଣ ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ଛାଇ ଦେଖିବା ବନ୍ଦ କରିଦିଏ, ଜଣାଯାଏ ଯେ ତାଙ୍କ ପାଖରେ ବହୁତ କମ୍ ସମୟ ବାକି ଅଛି ।

ଜହ୍ନ କଳା ଦେଖାଯିବା:

ଶିବ ପୁରାଣରେ ଏହା ମଧ୍ୟ କୁହାଯାଇଛି ଯେ ଯେତେବେଳେ ଜଣେ ବ୍ୟକ୍ତିର ମୃତ୍ୟୁ ସମୟ ନିକଟତର ହେବାକୁ ଲାଗେ, ସେତେବେଳେ ବ୍ୟକ୍ତି ଚନ୍ଦ୍ର ଏବଂ ତାରାଗୁଡ଼ିକୁ ସଠିକ୍ ଭାବରେ ଦେଖି ପାରନ୍ତି ନାହିଁ । ଏପରି ବ୍ୟକ୍ତିଙ୍କର ମାତ୍ର ୧ ମାସ ସମୟ ବାକି ଅଛି । ଏହି ସମୟ ଭିତରେ ତାଙ୍କର ମୃତ୍ୟୁ ଘଟିପାରେ ।

Get real time updates directly on you device, subscribe now.