fbpx
BJD
BJD SKY
BJD SKY

ଟି-୨୦ ବିଶ୍ୱକପ୍: ଦୁବାଇରେ ବିରାଟ-ବାବର ଲଢେଇ, ଜାଣନ୍ତୁ କିଏ ଅଛନ୍ତି ଆଗରେ

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ହାଇ ଭୋଲଟେଜ୍ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ ଭାରତ ଓ ପାକିସ୍ତାନ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ପରେ ମୁକାବିଲାକୁ ନେଇ ଫ୍ୟାନ ମାନେ ବେଶ ଉତ୍ସାହିତ ରହିଛନ୍ତି । ଟି-୨୦ ବିଶ୍ୱକପରେ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ୫ଟି ମୁକାବିଲାକୁ ଜିତିବା ସହିତ ଭାରତ ଆଗୁଆ ରହିଛି । ତେବେ ଉଭୟ ଦଳର ଅଧିନାୟକ ମଧ୍ୟ ପ୍ରଥମ ଥର ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଟି-୨୦ର ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବାବର ଆଜମ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

ରବିବାର ଦୁବାଇରେ ଖେଳାଯିବାକୁ ଥିବା ମୁକାବିଲା ପୂର୍ବରୁ ଏହି ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦୀର୍ଘବର୍ଷ ଧରି ଦୁବାଇ ପାକିସ୍ତାନର ହୋମ ଗ୍ରାଉଣ୍ଡ ରହି ଆସିଛି । ଦୁବାଇରେ ବାବର ଆଜମ ୩୩ଟି ମ୍ୟାଚ ଖେଳିଛନ୍ତି । ଏହା ମଧ୍ୟରୁ ୨୮ଟି ଇନିଂସରେ ସେ ୮୮୫ ରନ ସଂଗ୍ରହ କରିଛନ୍ତି । ତେବେ ଏଠାରେ ତାଙ୍କର ଷ୍ଟ୍ରାଇକରେଟ ମାତ୍ର ୧୧୩ ରହିଛି । ଏହା ମଧ୍ୟରେ ୭୯ ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି । ଅନ୍ୟ ପକ୍ଷରେ ବିରାଟ କୋହଲି ଦୁବାଇରେ ଏଯାଏଁ ଗୋଟିଏ ବି ଅନ୍ତର୍ଜାତୀୟ ମୁକାବିଲା ଖେଳି ନାହାନ୍ତି । ଏଠାରେ କେବଳ ଆଇପିଏଲ ଖେଳିଥିବା କୋହଲି ୧୦ଟି ମ୍ୟାଚରୁ ୩୦୪ ରନ ସ୍କୋର କରିଛନ୍ତି । ଷ୍ଟ୍ରାଇକ ରେଟ ୧୨୫ ରହିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ୯୦ ରହିଛି ।

Get real time updates directly on you device, subscribe now.