fbpx
BSKY
BJD YOUTH SKY
BJD MS SKY

ମୁସଫିକର ଓ ନଇମଙ୍କ ଅର୍ଦ୍ଧଶତକ; ଶ୍ରୀଲଙ୍କା ସମ୍ମୁଖରେ ୧୭୨ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ଗ୍ରୁପ ଏରେ ଖେଳାଯାଇଥିବା ମୁକାବିଲାରେ ଶ୍ରୀଲଙ୍କା ସମ୍ମୁଖରେ ୧୭୨ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ବାଂଲାଦେଶ । ଓପ୍ନର ମହମ୍ମଦ ନଇମ ଏବଂ ମୁସଫିକର ରହିମଙ୍କ ଅର୍ଦ୍ଧଶତକ ସହାୟତାରେ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୧୭୧ ରନ ରନ ସଂଗ୍ରହ କରିଛି । ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିଥିବା ବେଳେ ନଇମ ୬୨ ଏବଂ ମୁସଫିକର ରହିମ ଅପରାଜିତ ୫୭ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଚମିକା କରୁଣାରତ୍ନେ, ବିନୁରା ଫର୍ଣ୍ଣାଣ୍ଡୋ ଓ ଲାହିରୁ କୁମାରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ପକ୍ଷରୁ ଦୁଇ ଓପ୍ନର ପ୍ରଥମ ୱିକେଟରେ ୪୦ ରନ କରିଥିଲେ । ମହମ୍ମଦ ନଇମ ୫୨ ବଲ ଖେଳି ୬ ଚୌକା ସହିତ ୬୨ ରନ ସଂଗ୍ରହ କରିଥିଲେ । ପୂର୍ବତନ ଅଧିନାୟକ ମୁଶଫିକର ରହିମ ମାତ୍ର ୩୭ ବଲ ଖେଳି ଧୂଆଁଧାର ୫୭ ରନ ସଂଗ୍ରହ କରିଥିଲେ ।

Get real time updates directly on you device, subscribe now.