fbpx

ଖାଆନ୍ତୁ ଏହି ଖାଦ୍ୟ, ପୂରଣ ହେବ ଭିଟାମିନ୍ ଅଭାବ

AAKASH

ଶରୀରର ଗଠନ କିମ୍ବା ବିକାଶ ପାଇଁ ଆବଶ୍ୟକ ହୋଇଥାଏ ଭିଟାମିନ୍ । କିନ୍ତୁ ଶରୀରରେ ଭିଟାମିନ୍  ଅଭାବରେ ଥକ୍କା କିମ୍ବା ହାଲିଆ ଲାଗିବା ସହ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ୱାରା ଭଟାମିନ୍ ଅଭାବକୁ ପୂରଣ କରାଯାଇପାରେ ।

ସୁଷମ ଖାଦ୍ୟ: ଶରୀରରେ ଭିଟାମିନ୍ ର ଅଭାବ ପୂରଣ ପାଇଁ ପ୍ରତିଦିନ ସୁଷମ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ ।

ଶରୀରରେ ଭିଟାମିନ୍ ଏ ର ଅଭାବ ପୂରଣ କରିବା ପାଇଁ ଅଣ୍ଡା, ସବୁଜ ପନିପରିବା, ଗାଜର ଏବଂ ଫଳ ଖାଇବା ଉଚିତ୍ । ଭିଟାମିନ୍ ବି ର ଅଭାବ ପୂରଣ କରିବା ପାଇଁ ବାଦାମ, ମକା, ଚଣା ନଡ଼ିଆ  ଆଦି ଖାଦ୍ୟ ଖାଇବା ଦରକାର । ଅଁଳା, ନାରଙ୍ଗୀ, ଲେମ୍ବୁ, କମଳା, ଅଙ୍ଗୁର, ଟମାଟୋ ଆଦିରୁ ଭିଟାମିନ୍ ସି ମିଳିଥାଏ ଭିଟାମିନ୍ ସି ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ଛଡ଼ା ଡାଲି ମଧ୍ୟ ଭିଟାମିନ୍ ସିର ଭଲ ଉତ୍ସ ।

ଭିଟାମିନ୍ ଡି ପାଇବା ପାଇଁ ସବୁଠାରୁ ଭଲ ଉତ୍ସ ହେଉଛି ସୂର୍ଯ୍ୟ କିରଣ । ଖରାରେ ବସିବା ଦ୍ୱାରା ଭିଟାମିନ୍ ଡି ଅଭାବ ପୂରଣ ହୋଇଥାଏ । ଭିଟାମିନ୍ ଇ ପାଇବା ପାଇଁ ସୂର୍ଯ୍ୟମୁଖୀ, ବ୍ରୋକୋଲୀ ସବୁଜ ପନିପରିବା ଆଦି ଖାଇବା ଦରକାର । ଭିଟାମିନ୍ କେ ପାଇବା ପାଇଁ ଚିକେନ୍ ଅଣ୍ଡା, କ୍ଷୀର, ଦହି ପନୀର ଆଦି ଖାଇବା ଦରକାର ।

Get real time updates directly on you device, subscribe now.