(video) କୋଟିପତିଙ୍କ ଘୁରୋଉଛି ମଥା! ଏ ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା, ୫ କୋଟି ଖର୍ଚ୍ଚ କରି ଭୋଜିଦେଲେ ଭିକାରି

ଇସଲାମାବାଦ: ଇଣ୍ଟରନେଟରେ ପ୍ରତ୍ୟେକ ଦିନ କିଛି ନା କିଛି ଅଜବ ଗଜବ ଖବର ସାମ୍ନାକୁ ଆସୁଛିି । ଏମିତି କିଛି କଣ୍ଟେଣ୍ଟ ଆସୁଛି ଯାହା ଏଣ୍ଟରଟେନ୍ କରୁଛି ତ ଆଉ ଏଭଳି କିଛି ଭିିଡିଓ ଦେଖିବାକୁ ମିଳୁଛି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପଡ଼ୁଛି । ସେମିତି ଗୋଟିଏ ବିଶ୍ମୟ କଲାଭଳି ଖବର ପାକିସ୍ତାନରୁ ଆସିଛି, ଯାହାକୁ ଶୁଣିବା ଓ ଦେଖିବା ପରେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ । ପାକିସ୍ତାନ ପଞ୍ଜାବ ପ୍ରଦେଶ ଗୁଜରାବାଲାର ଏ ଘଟଣା । ଗୋଟିଏ ଭିକାରି ପରିବାର ପାଖାପଖି ୨୦ ହଜାର ଲୋକଙ୍କୁ ଭୋଜି ଖୁଆଇଛି । ବିଶ୍ୱାସ ନ ହେଲେ ବି ସତ । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏକ ଚକିତ କଲାଭଳି ଘଟଣା ହେଉଛି, ସେହି ଭୋଜିରେ ଖର୍ଚ୍ଚ ହୋଇଛି ୧.୨୫ କୋଟି ପାକିସ୍ତାନୀ ଟଙ୍କା ଅର୍ଥାତ୍ ୫ କୋଟିରୁ ଅଧିକ ଭାରତୀୟ ମୁଦ୍ରା ଏଥିରେ ଖର୍ଚ୍ଚ ହୋଇଛି ।

ଭିକାରି ଜଣକ ତାଙ୍କ ଜେଜେମା’ଙ୍କ ମୃତୁ୍ୟର ୪୦ ଦିନ ପାଳନ ଅବସରରେ ଏହି ଭୋଜି ଦେଇଥିବା ଜଣାପଡ଼ିଛି । ଖାଲି ଭୋଜି ଖୁଆଇବା ନୁହେଁ ବରଂ ନିମନ୍ତ୍ରୀତ ଅତିଥିଙ୍କୁ ସେମାନଙ୍କ ଘରୁ ଭୋଜି ଦିଆଯାଉଥିବା ସ୍ଥାନକୁ ଆଣିବାର ବ୍ୟବସ୍ଥା ମଧ୍ୟ ସେ କରିଥିଲେ । ଯେଉଁଥିରେ ଭୋଜି ଦେଉଥିବା ଭିକାରି ୨୦୦୦ ଯାନବାହନର ବ୍ୟବସ୍ଥା କରିଥିଲେ । ରିପୋର୍ଟ ମୁତାବକ ଭୋଜିର ଆୟୋଜନ ଗୁଜରାବାଲାସ୍ଥିତ ରହବାଲି ରେଳ ଷ୍ଟେଶନ ପାଖରେ କରାଯାଇଥିଲା । ଭୋଜିରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକପ୍ରିୟ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଦ୍ୱିପ୍ରହର ଭୋଜନରେ ଅତିଥିଙ୍କୁ ସିରି ପାୟେ, ମୁରବା, ବହୁ ରକମର ଭେଜ ଓ ନନଭେଜ ଖାଦ୍ୟ ପରସା ଯାଇଥିଲା । ସେହିପରି ରାତି ଖାଇବାରେ ମଟନ, ନାନ୍, ମଟର ଗଞ୍ଜ ସାଙ୍ଗକୁ ବହୁ ମିଠା ପ୍ରସ୍ତୁତ କରାଯାଇଥିଲା ।

ସୋସିଆଲ ମିଡିଆରେ ଭୋଜିର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ବହୁ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଏଥିରେ କମେଣ୍ଟ କରିବାକୁ ଭୁଲି ନାହାନ୍ତି । ଜଣେ ଭିକାରି ୨୦ ହଜାର ଲୋକଙ୍କୁ କିପରି ଖାଇବାକୁ ଦେଲେ ସେ ନେଇ ଅନେକଙ୍କ ମନରେ ପ୍ରଶ୍ନ । ଜଣେ ୟୁଜର ମଜାଳିଆ ଢଙ୍ଗରେ କମେଣ୍ଟ କରି ଲେଖିଛନ୍ତି, ପାକିସ୍ତାନ ଭିକାରିମାନଙ୍କ ଦେଶ ଆଉ ଜଣେ ଭିକାରି ସେଠାରେ ଭୋଜି ଦେବାରେ ଆଶ୍ଚର୍ୟ୍ୟ ଲାଗିବାର କାରଣ ନାହିଁ । ଆଉ ଜଣେ ଲେଖିଛନ୍ତି, ପାକିସ୍ତାନରେ ଯିଏ ରହିବ ସେ ଭିକ ମାଗିବା କଳା ଶିଖିଯିବ ।