fbpx

ଇଂରାଜୀରେ ଅନର୍ଗଳ କହିବା ସହ ଗୀତ ଗାଉଛନ୍ତି ଏହି ଭିକାରୀ

୭ ବର୍ଷ ତଳେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିପାଇଁ ସେ ଷ୍ଟାର ହୋଇଗଲେ । ସେହିପରି ପାଟଣାରେ ଏକ ଭିକାରୀର ମାମଲା ସାମନାକୁ ଆସିଛି, ଯେଉଁଥିରେ ସେ ଏପରି ଇଂରାଜୀ କହୁଛି ଓ ଗୀତ ଗାଉଛି ଯେ ତାହା ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ବନ୍ଦନା ନାମକ ଜଣେ ଟ୍ୱିଟର ୟୁଜର ଏହି ଭିଡିଓଟିକୁ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ପାଟଣାର ଭିକାରୀ ଜିମ୍ ରେଭେସଙ୍କ ଗୀତ ଗାଉଛି ।

ତେବେ ଭିଡିଓଟିରେ ଭିକାରୀ ନିଜ ନାଁ ମନି ବାବା ବୋଲି କହିଛି । ଭିଡିଓ କରୁଥିବା ବ୍ୟକ୍ତି ଜଣକ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ସେ ଇଂରାଜୀରେ ଦେଇଥିଲେ । ଭିଡିଓଟି ଜାନୁଆରୀରେ ରେକର୍ଡିଂ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.