fbpx

ଏସିରେ ବ୍ୟାପିଲା କରୋନା, ୩ ପରିବାରର ୯ ଜଣ ଆକ୍ରାନ୍ତ

ପୂର୍ବରୁ ଏସିରେ କରୋନା ବ୍ୟାପିବା କଥା କୁହାଯାଉଥିବା ବେଳେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଚୀନର ଉହାନ ସହରରରୁ ଫେରିଥିବା ଗୋଟିଏ ପରିବାର ଗଙ୍ଗଝୋଉ ନାମକ ଏକ ରେଷ୍ଟୁରାଷ୍ଟରେ ଖାଇବା ପାଇଁ ଯାଇଥିଲେ । ପରିବାରର ଜଣଙ୍କୁ କରୋନା ଲକ୍ଷଣ ଥିବା ବେଳେ ସେ ନିଜେ ବି ଏହି ବିଷୟରେ ଅଜଣା ଥିଲେ । କିଛି ଦିନ ପରେ ସେହି ରେଷ୍ଟୁରାଷ୍ଟକୁ ଆସୁଥିବା ଅନ୍ୟ ଲୋକଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ଆରମ୍ଭ କଲା । ପ୍ରଥମ ପରିବାର ଜଣେ ୬୩ ବର୍ଷି ବୟସ୍କ ବୃଦ୍ଧାଙ୍କୁ କରୋନା ଆକ୍ରାନ୍ତ କରିଥିଲା । ତେବେ ଏହି ଭାଇରସ୍ ଏସି ଦ୍ୱାରା ଲୋକଙ୍କୁ ବ୍ୟାପିଛି ବୋଲି ବୈଜ୍ଞାନିକମାନେ ରିସର୍ଚ୍ଚ କରି କହିଛନ୍ତି । ଏଥିରେ ୩ଟି ପରିବାରର ପ୍ରାୟ ୯ ଜଣ ସଂକ୍ରମିତ ହୋଇଛନ୍ତି । ଅନ୍ୟ ୭୩ ଜଣ କରୋନାରେ ସଂକ୍ରମିତ ହୋଇନଥିବା ଜଣାପଡିଛି ।

Get real time updates directly on you device, subscribe now.