fbpx

ଏହା ହେଉଛି ବିଶ୍ୱର ସବୁଠାରୁ ଅଦ୍ଭୁଦ ଦେଶ, ଯାହାର ନାହିଁ ରାଷ୍ଟ୍ରୀୟ ଫୁଲ

ପ୍ରତ୍ୟେକ ଦେଶରେ କିଛି ନା କିଛି ଭିନ୍ନ ଘଟଣା ଦେଖିବାକୁ ମିଳିଥାଏ । ସେହିଭଳି ପୂର୍ବ ଆଫ୍ରିକାର ୟୁଗାଣ୍ଡା ଦେଶରେ କିଛି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ତେବେ ୟୁଗାଣ୍ଡା ବିଷୟରେ ତ ଅଳ୍ପେ ବହୁତେ ସମସ୍ତେ କିଛି ନା କିଛି ଜାଣିଥିବେ, କାରଣ ଏଠାରେ ଏକଛତ୍ରବାଦ ଶାସକ ଇଡି ଆମିନ ଶାସନ କରୁଥିଲେ । ଯାହାଙ୍କୁ ପୁରୁଷ ଭୋଜନକାରୀ ବୋଲି କୁହାଯାଉଥିଲା । କିନ୍ତୁ ୟୁଗାଣ୍ଡା ବିଷୟରେ ଏପରି କିଛି କଥା ରହିଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ୟୁଗାଣ୍ଡା ଭାରତୀୟଙ୍କ ପାଇଁ ବହୁତ ଖାସ୍ । କାରଣ ଏପରି ଏକ ସମୟ ଥିଲା, ଯେତେବେଳେ ସେଠାରେ ବହୁ ସଂଖ୍ୟାରେ ଭାରତୀୟ ରହୁଥିଲେ । କିନ୍ତୁ ୧୯୭୨ ମସିହାରେ ପରେ ସେମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ୟୁଗାଣ୍ଡା ଜନସଂଖ୍ୟାର ଏକ ତୃତୀୟାଂଶ ଅନ୍ତର୍ଜାତୀୟ ଦାରିଦ୍ର ସୀମାରେଖା ତଳେ ରହିଛନ୍ତି । ସେଠାରେ ଲୋକଙ୍କ ଦୈନିକ ଆୟ ଦୁଇ ଡଲାର ବା ୧୫୩ ଟଙ୍କା । ଏହି ଦେଶରେ ଏକ ଚର୍ଚ୍ଚ ଅଛି, ଯାହା ସବୁଠାରୁ ଛୋଟ । କେବଳ ଏତିକି ନୁହେଁ, ଏହି ଦେଶର କୌଣସି ଜାତୀୟ ଫୁଲ ନାହିଁ । ପ୍ରତ୍ୟେକ ଦେଶ ଜାତୀୟ ଫୁଲ ଥିବା ବେଳେ ୟୁଗୁଣ୍ଡରା ଏଭଳି ଏକ ଦେଶ, ଯାହାର ଜାତୀୟ ଫୁଲ ନାହିଁ ।

ଦୁନିଆର ସବୁଠାରୁ ଖୁନଖାର୍ ରାଜାଙ୍କ ମଧ୍ୟରେ ଏକଛତ୍ରବାଦୀ ରାଜା ଇଡି ଆମିନ ଅନ୍ୟତମ ଥିଲେ । କୁହାଯାଏ ଯେ, ସେ ମାଙ୍କଡଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ମାଂସ ଖାଉଥିଲେ । ତାଙ୍କ ଶାସନ ସମୟରେ ଏକ ଲକ୍ଷରୁ ପାଞ୍ଚ ଲକ୍ଷ ଲୋକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.