fbpx

ଇମ୍ୟୁନିଟି ବଢାଇବା ସହ ଏହି ରୋଗଗୁଡିକୁ ଦୂର କରେ କନ୍ଦମୂଳ

ବିଭିନ୍ନ ରୋଗ ସହ ଲଢେଇ କରିବାକୁ ହେଲେ ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ବହୁତ ଜରୁରୀ । ତେବେ ଶରୀରରେ ଏହି ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାକୁ ପାଇଁ କନ୍ଦମୂଳ ସେବନ କରିପାରିବେ । ତେବେ ଆସନ୍ତୁ ଜାଣିବା କନ୍ଦମୂଳ ଖାଇବା ଦ୍ୱାରା କଣ ସବୁ ଫାଇଦା ରହିଛି…

୧-କନ୍ଦମୂଳ ଖାଇବା ଦ୍ୱାରା ଏଥିରେ ଥିବା ପୋଷକ ତତ୍ତ୍ୱ ଆପଣଙ୍କ ଫୁସଫୁସର କାର୍ଯ୍ୟକୁ ସଠିକ ଭାବେ କରିଥାଏ । ଫଳରେ ଶ୍ୱାସ ଜନିତ କୌଣସି ବି ରୋଗ ଆପଣଙ୍କ ପାଖ ନ ମାଡିବା ସହ ଫୁସଫସ୍ ସୁସ୍ଥ ରହିଥାଏ ।

୨-କନ୍ଦମୂଳରେ ଏପରି ଔଷଧୀୟ ଗୁଣ ଭରି ରହିଛି, ଯେଉଁଥିରେ ଆପଣ ବହୁ ପ୍ରକାରର ହୃଦଘାତରୁ ମଧ୍ୟ ବଞ୍ଚିପାରିବେ । ତେବେ କନ୍ଦମୂଳରେ କାର୍ଡିଓପ୍ରୋଟେକ୍ଟିଭ୍ ପ୍ରଭାବ ମିଳିଥାଏ । ଏହାର ପ୍ରଭାବରେ ଆପଣଙ୍କ ହୃଦୟକୁ କୌଣସି ରୋଗ ବା କ୍ଷତକୁ ରକ୍ଷା କରିବାର ଗୁଣ ରହିଛି । ହୃଦ ରୋଗୀ ମାନେ ପ୍ରତିଦିନ କନ୍ଦମୂଳ ଖାଇପାରିବେ ।

୩-ଡାଇବେଟିସ୍ ରୋଗୀ ବା ମଧୁମେହ ରୋଗୀଙ୍କୁ ଖାଦ୍ୟରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ, କାରଣ ସେମାନଙ୍କ ଖାଦ୍ୟରେ ଅସନ୍ତୁଳତା କାରଣରୁ ରକ୍ତରେ ମିଠାର ପ୍ରତିଶତ ବଢିଥାଏ ଓ ସ୍ୱାସ୍ଥ୍ୟ ଅଧିକ ଖରାପ ହୋଇଥାଏ । କନ୍ଦମୂଳରେ ରହିଥିବା ଆଣ୍ଟି ଡାଇବେଟିସ୍ ଗୁଣ ଯୋଗୁଁ ଏହାକୁ ସେବନ କରିବା ଦ୍ୱାରା ଏହା ଆପଣଙ୍କୁ ମଧୁମେହ ରୋଗରୁ ରକ୍ଷା କରିପାରିବ ।

Get real time updates directly on you device, subscribe now.