fbpx

ପୁରୀ ହେବ ଭିକ୍ଷୁକମୁକ୍ତ, ଆରମ୍ଭ ହେଲା ନିଳାଦ୍ରି ନିଳୟ ଯୋଜନା

ପୁରୀ, ୩ା୩(ଓଡ଼ିଶା ଭାସ୍କର): ପୁରୀରେ ଆଜିଠୁ ଆରମ୍ଭ ହୋଇଛି ନିଳାଦ୍ରି ନିଳୟ ଯୋଜନା । ପୁରୀକୁ ସମ୍ପୂର୍ଣ୍ଣ ଭିକାରିମୁକ୍ତ କରିବା ପାଇଁ ଏହିପରି ଅଭିଯାନ ଆରମ୍ଭ ହୋଇଛି । ଏନେଇ ଆଜି ଶ୍ରୀମନ୍ଦିର ନିକଟରୁ ଭିକ୍ଷୁକଙ୍କୁ ସ୍ୱତନ୍ତ୍ର ସ୍କ୍ୱାଡ଼ ଆସି ହଟାଇଛନ୍ତି ।
ପୁରୀରେ ଥିବା ସମସ୍ତ ଭିକାରିଙ୍କୁ ଥଇଥାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫୦୦ଭିକାରିଙ୍କୁ ଥଇଥାନ କରାଯିବ । ଏହି ଯୋଜନା ଅନୁସାରେ ପୁରୀ ଜିଲ୍ଲାର ୮ଟି ସ୍ଥାନରେ ନିଳାଦ୍ରି ନିଳୟ ଗୃହ କରାଯିବ ।
ପ୍ରତି ଗୃହରେ ୫୦ଭିକାରିଙ୍କ ପାଇଁ ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି । ଏନେଇ ପୁରୀ ଜିଲ୍ଳା ପ୍ରଶାସନ ପକ୍ଷରୁ ୬୦୦ ଭିକାରି ଚିହ୍ନଟ ମଧ୍ୟ ହୋଇ ସାରିଛନ୍ତି ।

Get real time updates directly on you device, subscribe now.