fbpx

ସ୍ପାଏ ଥ୍ରିଲର ବେଲ ବଟମର ଟ୍ରେଲର ରିଲିଜ: ଏହି ଦିନ ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ୱାନ ମ୍ୟାନ ଶୋ

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ବଲିଉଡ ଫିଲ୍ମ ବେଲ ବଟମର ଟ୍ରେଲର ମଙ୍ଗଳବାର ଲଞ୍ଚ ହୋଇଛି । ଏହି ସ୍ପାଇ ଥ୍ରୀଲରରେ ଅକ୍ଷୟ କୁମାର ଜଣେ ଅଣ୍ଡର କଭର ର ଏଜେଣ୍ଟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲରରେ କେବଳ ଅକ୍ଷୟଙ୍କ ଉପସ୍ଥିତି ରହିଥିବା ବେଳେ ବାଣୀ କପୁର ଓ ହୁମା କ୍ୟୁରେଶୀଙ୍କୁ ଏତେ ସ୍କ୍ରିନ ସ୍ପେଶ ମିଳି ନାହିଁ । ତେବେବି ଟ୍ରେଲରଟି ଅତ୍ୟନ୍ତ ଚମକ୍ରାର ରହିଛି । ଫିଲ୍ମରେ ଏକ ବିମାନ ଅପହରଣ କରାଯାଇଥିବା ବେଳେ ଅଣ୍ଡର କଭର ଏଜେଣ୍ଟ ଜଣକ କିଭଳି ବିମାନରୁ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି ତାହା ଦେଖିବାକୁ ମିଳିବ ।

ଫିଲ୍ମରେ ଅକ୍ଷୟଙ୍କୁ ଜଣେ ବୁଦ୍ଧିମାନ, ବିବାହିତ, ଚେସ୍ ଖେଳାଳି ଓ ୪ଟି ଭାଷା ଜାଣିଥିବା ଗିତୀକାର ଭାବରେ ଦେଖାଯାଇଛି । ଏହା ବ୍ୟତିତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସୁଛନ୍ତି ପୂର୍ବତନ ମିସ ୟୁନିଭର୍ସ ଲାରା ଦତ୍ତ । ଲାରାଙ୍କୁ ଚିହ୍ନିବା ଅତ୍ୟନ୍ତ କଷ୍ଟକର ରହିଛି । ଏହା ବ୍ୟତିତ ଆଦିଲ ହୁସେନ ଓ ଅନିରୁଦ୍ଧ ଦବେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । ରଞ୍ଜିତ ଏମ୍ ତିୱାରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ଆସନ୍ତା ଅଗଷ୍ଟ ୧୯ ତାରିଖରେ ରିଲିଜ୍ ହେବ ।

Get real time updates directly on you device, subscribe now.