fbpx

କମିଶନରେଟ ପୋଲିସରେ ଅଦଳବଦଳ; କଟକ ସହକାରୀ ଡିସିପି ହେଲେ ଅନୀଲ କୁମାର ମିଶ୍ର

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କମିଶନରେଟ ପୋଲିସରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନ ସିଟିରେ ବିଭିନ୍ନ ସ୍ଥାନରେ ରହିଥିବା ପୋଲିସ ଅଧିକାରୀ ମାନଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ନିଯୁକ୍ତ କରାଯାଇଛି । ୧୦ ଜଣ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ଅନୀଲ କୁମାର ମିଶ୍ରଙ୍କୁ କଟକର ସହକାରୀ ଡିସିପି ଭାବରେ ନିଯୁକ୍ତ କରାଯାଇଛି ।

କମିଶନରେଟ ପୋଲିସ ମୁଖ୍ୟାଳୟରେ ଥିବା ଅନୀଲ କୁମାର ମିଶ୍ରଙ୍କୁ କଟକ ସହକାରୀ ଡିସିପି ଭାବରେ ନିଯୁକ୍ତ କରାଯାଇଛି । କମିଶନରେଟ ପୋଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର ସ୍କ୍ୱାଡରେ ଥିବା ସଞ୍ଜୀବ କୁମାର ଶତପଥୀଙ୍କୁ ଭୁବନେଶ୍ୱର ୫ ନମ୍ବର ଜୋନର ଏସିପି ଭାବରେ ନିଯୁକ୍ତ କରାଯାଇଛି । ତାପସ ଚନ୍ଦ୍ର ପ୍ରଧାନଙ୍କୁ କଟକ ଜୋନ ନମ୍ବର ୩ରେ ଏସିପି ଭାବରେ ନିଯୁକ୍ତ କରାଯାଇଛି । ବାରଙ୍ଗ ଆଇଆଇସି ଶଶୀକାନ୍ତ ରାଉତଙ୍କୁ ଚାଉଳିଆଗଞ୍ଜର ଆଇଆଇସି ଭାବରେ ନିଯୁକ୍ତ କରାଯାଇଛି । ଫୁଲନଖରା ଟ୍ରାଫିକ ଥାନା ଆଇଆଇସି ଆକାଶ ଚନ୍ଦ୍ର ରଣାଙ୍କୁ ବାରଙ୍ଗ ଆଇଆଇସି ଭାବରେ ବଦଳି କରାଯାଇଥିବା ବେଳେ ଜତୀନ୍ଦ୍ର କୁମାର ସେଠୀଙ୍କୁ ପୁରୀଘାଟ, କିଶୋର ଚନ୍ଦ୍ର ପ୍ରଧାନଙ୍କୁ କଟକ ସହର ଟ୍ରାଫିକ୍ ବିଭାଗକୁ ଆଇଆଇସି ଭାବରେ ବଦଳି କରାଯାଇଛି ।

ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ରୋଶନ ବିଲୁଙ୍ଗଙ୍କୁ ଫୁଲନଖରା ଟ୍ରାଫିକ୍ ଥାନା, ପ୍ରଦୀପ କୁମାର ରାଉତଙ୍କୁ ଚନ୍ଦ୍ରଶେଖରପୁର ଓ ଜୁବରାଜ ସ୍ୱାଇଁଙ୍କୁ ବାଲିଅନ୍ତା ଆଇଆଇସି ଭାବରେ ବଦଳି କରାଯାଇଛି ।

Get real time updates directly on you device, subscribe now.