fbpx

୪-୦ରେ ସିରିଜ ଜିତିବ ଭାରତ; ଏମିତି କହିଲେ କିମ୍ବଦନ୍ତୀ କ୍ରିକେଟର

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଆସନ୍ତା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୪-୦ରେ ଜିତିବା ନେଇ ପୂର୍ବାନୂମାନ କରିଛନ୍ତି କିମ୍ବଦନ୍ତୀ କ୍ରିକେଟକର ସୁନୀଲ ଗାଭାସ୍କର । ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଏବଂ ଇଂଲଣ୍ଡର ଖରାପାଗ ଭାରତର ବିଜୟ ପାଇଁ ମୁଖ୍ୟ କାରଣ ରହିବ ବୋଲି ପୂର୍ବାନୂମାନ କରିଛନ୍ତି ଗାଭାସ୍କର । ଜୋଫ୍ରା ଆର୍ଚର ଓ ବେନ ଷ୍ଟୋକ୍ସଙ୍କ ଅନୁପସ୍ଥିତି ଭାରତ ପାଇଁ ୟୁଏସବି ସାବ୍ୟସ୍ତ ହେବ ବୋଲି ଗାଭାସ୍କର କହିଛନ୍ତି ।

ଏହା ସହିତ ଇଂଲଣ୍ଡର ସ୍ୱିଙ୍ଗ କିଙ୍ଗ ଜେମସ୍ ଆଣ୍ଡରସନ୍ ଏଥର ବିରାଟ କୋହଲିଙ୍କ ସମ୍ମୁଖରେ ନିଷ୍ପ୍ରଭ ମନେ ହେବେ ବୋଲି ଗାଭାସ୍କର କହିଛନ୍ତି । ଆଣ୍ଡରସନଙ୍କ ବୋଲିଂ ବର୍ତ୍ତମାନ ଧାରହୀନ ହୋଇଥିବା ବେଳେ କୋହଲି ମଧ୍ୟ ବଢିଆ ଫର୍ମରେ ରହିଛନ୍ତି । ୨୦୧୪ରେ ବିଫଳ ହୋଇଥିବା କୋହଲି ୨୦୧୮ରେ ଚମକ୍ରାର ପ୍ରଦର୍ଶନ କରି ୬୦୦ରୁ ଅଧିକ ରନ୍ ସ୍କୋର କରିଥିଲେ । ବିଗତ ଦିନ ମାନଙ୍କରେ ଭାରତ ନିଜର ବିଦେଶ ଗସ୍ତରେ ଗୋଟିଏ ବି ଶୃଙ୍ଖଳା ହାରି ନାହିଁ । ସାଉଥ୍ ଆଫ୍ରିକା, ଅଷ୍ଟ୍ରେଲିଆ, ୱେଷ୍ଟ ଇଣ୍ଡିଜ ଓ ଇଂଲଣ୍ଡରେ ସିରିଜ ବିଜୟୀ ହୋଇଥିବାରୁ ଭାରତ ଏହି ସିରିଜ ପାଇଁ ଫେବରିଟ ବୋଲି ମତ ଦେଇଛନ୍ତି ଗାଭାସ୍କର ।

Get real time updates directly on you device, subscribe now.