fbpx
BJD SKY
BJD SKY

‘ଥୋର୍ପ’ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଲେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସ

BJD

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଆରମ୍ଭ ହୋଇଯାଇଛି । ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । କିନ୍ତୁ ଟସ ସମୟରେ ପଡିଆରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ ପାଇଁ ନିଜ ଜର୍ସି ବଦଳରେ ଅନ୍ୟ କାହା ଜର୍ସି ପିନ୍ଧି ଆସିଥିଲେ । ଥୋର୍ପ ନାମରେ ଏକ ଜର୍ସି ପିନ୍ଧି ଟସ ପାଇଁ ଆସିଛନ୍ତି ବେନ ଷ୍ଟୋକ୍ସ ।

ପ୍ରକୃତରେ ଘଟଣା ହେଉଛି ଇଂଲଣ୍ଡର ପୂର୍ବତନ ଖେଳାଳି ତଥା କୋଚ ଗ୍ରାହମ ଥୋର୍ପ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି । ତେବେ ଥୋର୍ପଙ୍କ ନାମରେ ଜର୍ସି ପିନ୍ଧି ତାଙ୍କର ଏହି ବିପଦ ସମୟରେ ଇଂଲଣ୍ଡ କ୍ରିକେଟ ଟିମ ତାଙ୍କ ସହ ରହଥିବା ସନ୍ଦେଶ ଦେଇଛନ୍ତି ଷ୍ଟୋକ୍ସ । ଇଂଲଣ୍ଡ ପାଇଁ ୧୦୦ ଟେଷ୍ଟ ମ୍ୟାଚରେ ୧୬ ଶତକ ହାସଲ କରିଛନ୍ତି ଗ୍ରାହମ ଥୋର୍ପ । ୨୦୦୫ରେ କ୍ରିକେଟରୁ ବିଦାୟ ନେବା ପରେ ୨୦୧୦ରେ ସେ ପୁଣି ଥରେ ଦଳକୁ ବ୍ୟାଟିଂ କୋଚ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଚଳିତ ବର୍ଷ ଆସେସ ସିରିଜରେ ୪-୦ରେ ପରାସ୍ତ ହେବା ପରେ ସେ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ଏଭଳି ଜଣେ ମହାନ କିମ୍ବଦନ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପାଇଁ କାମନା କରିବା ସହ ଷ୍ଟୋକ୍ସ ଥୋର୍ପଙ୍କ ନାମରେ ଏକ ଜର୍ସି ପିନ୍ଧି ଟସ ପାଇଁ ଆସିଛନ୍ତି ।

ଏହି ସିରିଜ ସହିତ ଜଣେ ନିୟମିତ ଅଧିନାୟକ ଭାବେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ବେନ ଷ୍ଟୋକ୍ସ । ଏହା ସହିତ ଦଳର ଷ୍ଟାର ବୋଲର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବୋର୍ଡ ମଧ୍ୟ ଦଳରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତେଣୁ ଏହି ସିରିଜ ଇଂଲଣ୍ଡ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

Get real time updates directly on you device, subscribe now.